ଜୁନରେ ସରିବ ରାସନ କାର୍ଡ ପାଇଁ e-KYC ଯାଞ୍ଚ ପ୍ରକ୍ରିୟା

Key Points
ଳିତ ଜୁନରେ ସରିବ ରାସନ କାର୍ଡ ପାଇଁ e-KYC ଯାଞ୍ଚ
ବାଦ ପଡିପାରନ୍ତି ୨୦ ଲକ୍ଷରୁ ଅଧିକ ହିତାଧିକାରୀ
ପ୍ରାୟ ୯୫% ହିତାଧିକାରୀ e-KYC କରିଛନ୍ତି : ମନ୍ତ୍ରୀ
ଜୁନରେ ସରିବ ରାସନ କାର୍ଡ ପାଇଁ Ekyc ଯାଞ୍ଚ ପ୍ରକ୍ରିୟା। ଏଥିରୁ 20 ଲକ୍ଷ ହିତାଧିକାରୀ ବାଦ ପଡିପାରନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । 95 ପ୍ରତିଶତ ହିତାଧିକାରୀ Ekyc କରିଛନ୍ତି | ଜୁନରେ kyc ପ୍ରକ୍ରିୟା ସରିଲେ ଯେଉଁମାନେ କରିନାହାନ୍ତି ସେମାନଙ୍କୁ ବାଦ ଦିଆଯିବ। 13 ବର୍ଷ ଧରି ନୂଆ ରାସନ କାର୍ଡ ଦିଆଯାଉନଥିଲା ।
ନୂଆ ସରକାର ଆସିଲା ପରେ 17 ଲକ୍ଷ୍ ଆବେଦନ ଆସିଥିଲା। 6 ଲକ୍ଷ ରାସନ କାର୍ଡ ଏବେ ଦିଆ ଚାଲିଛି ଆଉ 15 ଲକ୍ଷ କାର୍ଡ ଆପ୍ରୁଭ ସରିଛି। କେବଳ ବ୍ଲକ ଅଫିସ ନୁହଁ ଜନ ସେବା କେନ୍ଦ୍ର ରେ ଅନଲାଇନ ଆବେଦନ ହେଉଛି । ନୂଆ ସରକାରଙ୍କୁ ଉପରେ ଆସ୍ଥା ଥିବାରୁ ଭିଡ଼ ହେଉଛି | ଭିଡ଼କୁ ଦେଖି ଆବଶ୍ୟକ ପଦକ୍ଷେପ ନିଆଯିବ ।