ସକାଳୁ ସକାଳୁ ନୀଳଚକ୍ରରେ ବସିଲା ଚିଲ
·10 months ago·1 min read

Key Points
ଇଏ କେଉଁ ପ୍ରକାରର ସଙ୍କେତ
ସକାଳୁ ସକାଳୁ ନୀଳଚକ୍ରରେ ବସିଲା ଚିଲ
ପତିତପାବନ ବାନା ଆଖ ପାଖରେ ପକ୍ଷୀ ଉଡୁଥିବାର ଦେଖିବାକୁ ମିଳୁଛି
ସକାଳୁ ସକାଳୁ ନୀଳଚକ୍ରରେ ବସିଲା ଚିଲ । ଇଏ କେଉଁ ପ୍ରକାରର ସଙ୍କେତ । କିଛି ଦିନ ପୂର୍ବରୁ ମଧ୍ୟ ନୀଳଚକ୍ର ନିକଟରେ ପକ୍ଷୀ ବସିଥିବାର ଦେଖିବାକୁ ମିଳିଥିଲା । ପୁଣି କେବେ କେବେ ପତିତପାବନ ବାନା ଆଖ ପାଖରେ ପକ୍ଷୀ ଉଡୁଥିବାର ଦେଖିବାକୁ ମିଳୁଛି । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଏହା କେଉଁ ପ୍ରକାର ସଙ୍କେତ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।
ସେପଟେ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୁରୀରେ ପୁଣି ଲାଗିବ ଲୋକଙ୍କ ଗହଳି ଚହଳି । ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ ହବିଷ୍ୟାଳୀ । edistrict.odisha.gov.in ଅନଲାଇନ୍ ଲିଙ୍କରେ ଆବେଦନ କରିପାରିବେ । ଦିନ ୧୦ଟାରୁ ଆବେଦନ ପ୍ରକିୟା ଆରମ୍ଭ ହେବ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ଓ ବିବାହିତ ମହିଳାମାନେ ଆବେଦନ ପାଇଁ ଯୋଗ୍ୟ ହେବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: