ଆଜି ସକାଳୁ ଭୁବନେଶ୍ବରରେ ମୃଦୁ ଭୂକମ୍ପ ଅନୁଭୂତ
·1 year ago

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଭୂମିକମ୍ପ । ଆଜି ସକାଳୁ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ଥରିଲା । ଭୂମିକମ୍ପ ନେଇ ପାଣିପାଗ ବିଭାଗରୁ ସ୍ପଷ୍ଟ ହୋଇନି । ହେଲେ ସ୍ଥାନୀୟ ଲୋକେ ଭୂକମ୍ପର ଅନୁଭୂତ କରିଛନ୍ତି ।
ଲୋକଙ୍କ କହିବା କଥା କୌଣସି କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ଭୂକମ୍ପ ଅନୁଭୂତ ହୋଇଛି । ଘର ସାମନ୍ୟ ଥରି ଉଠିଥିବାବେଳେ ରାସ୍ତାରେ ରଖାଯାଇଥିବା ସାଇକେଲ ଭୂକମ୍ପ ଝଟକାରେ ପଡିଯାଇଥିବା କହିଛନ୍ତି ଲୋକେ । ହଠାତ୍ ବିକଟାଳ ଶବ୍ଦ ହେବା ସହ ମୃଦୁ ଭୂକମ୍ପରେ ଥରିଛି ରାଜଧାନୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: