Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେବଳ ଗଜପତି ଜିଲ୍ଲାରେ ରହିଛି ୧୨୯ ଟି ଭୁସ୍କଳନ ପ୍ରବଣ ସ୍ଥାନ

Smruti Parija
Browse all articles by Smruti Parija
·1 year ago·1 min read
କେବଳ ଗଜପତି ଜିଲ୍ଲାରେ ରହିଛି ୧୨୯ ଟି ଭୁସ୍କଳନ ପ୍ରବଣ ସ୍ଥାନ

ଅର୍ଗସ ବ୍ୟୁରୋ:  ଭୁସ୍କଳନ ପ୍ରବଣ ଅଞ୍ଚଳ ଗଜପତି ଜିଲ୍ଲା । ରାଜ୍ୟର ୧୪ ଜିଲ୍ଲା କୁ ରହିଛି ଭୂମିକମ୍ପ ଭୟ । ରାଜ୍ୟରେ ଏକମାତ୍ର ଜିଲ୍ଲା ଭାବେ ଗଜପତି ଭୁସ୍ଖଳନ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଗଜପତି ଜିଲ୍ଲାରେ ରହିଛି ୧୨୯ ଟି ଭୁସ୍କଳନ ପ୍ରବଣ ସ୍ଥାନ । ଭୁସ୍କଳନକୁ ହ୍ରାସ ପାଇଁ ବିଭିନ୍ନ ବିଭାଗ, ପାଣିପାଗ ନିର୍ଦ୍ଦେଶାଳୟ, ଅମୃତା ବିଶ୍ୱ ବିଦ୍ୟା ପୀଠ,କେରଳ ମଧ୍ୟରେ ଲଗାତାର ସମନ୍ୱୟ ବୈଠକ ବସୁଛି । 

ଅଧିକ ସର୍ଭେ ପାଇଁ ଓସଡ଼ମା ଏବଂ ଅମୃତା ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ୱକ୍ଷର ହୋଇଛି । ସେହିପରି ରାଜ୍ୟର ୧୪ ଜିଲ୍ଲାକୁ ରହିଛି ଭୂମିକମ୍ପ ଭୟ । 

ଜୋନ-୩ ଭୂମିକମ୍ପ ଅଞ୍ଚଳରେ ଆସୁଛି ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ, ବରଗଡ଼, ବାଲେଶ୍ଵର, ମୟୂରଭଞ୍ଜ । ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲିଖିତ ଉତ୍ତର ରଖିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
earthquake-fear-for-14-district-of-odisha-says-suresh-pujari-in-assembly | Argus News