Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁରୀରେ ଭୂ-କମ୍ପର ଝଟକା , ତୀବ୍ରତା ୪.୭

Odisha

ପୁରୀରେ ଭୂ-କମ୍ପର ଝଟକା , ତୀବ୍ରତା ୪.୭

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପୁରୀରେ ଭୂ-କମ୍ପର ଝଟକା , ତୀବ୍ରତା ୪.୭

ଦିଲ୍ଲୀ, ବିହାର ପରେ ପୁରୀରେ ଭୂକମ୍ପ । ସକାଳେ ପୁରୀରେ ଭୂ-କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ମ୍ୟାଗ୍ନିଚ୍ୟୁଡ ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ପୁରୀ, ବିହାର , ଦିଲ୍ଲୀ ତିନୋଟି ସ୍ଥାନରେ ଭୂକମ୍ପର ତୀବ୍ରତା ୪.୦ରୁ ଅଧିକ ରହିଛି ।


ସକାଳେ ଦିଲ୍ଲୀ NCR ଅଞ୍ଚଳରେ ଭୂକଂପ ଝଟ୍‌କା ଅନୁଭୂତ ହୋଇଥିଲା । ସକାଳ ୫ଟା ୩୬ରେ ଝଟ୍‌କା ଅନୁଭୂତ ବେଳେ ଭୟଭୀତ ହୋଇଥିଲେ ଲୋକେ । ସେଫ୍‌ଟି ପ୍ରୋଟୋକଲ୍ ମାନିବାକୁ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାର କେନ୍ଦ୍ରସ୍ଥଳ ଦିଲ୍ଲୀର ପାଖାପାଖି ଅଞ୍ଚଳର ୫ କିଲୋମିଟର ମଧ୍ୟରେ ଥିଲା, ଯାହାଦ୍ଵାରା ଲୋକେ ଭୟଭୀତ ହୋଇଥିଲେ। ବିଲ୍ଡିଂ ଗୁଡ଼ିକ ଥରି ଉଠିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦିଲ୍ଲୀ ପରେ ବିହାରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.0ରେ ଭୂକମ୍ପ ଝଟକା ଅନୁଭୂତ । ସିୱାନ ଅଞ୍ଚଳରେ ସକାଳ 8ଟା 2 ମିନିଟ୍ ସମୟରେ ଭୂକମ୍ପ ଝଟକା ଅନୁଭୂତ ହେବାରୁ ଭୟଭୀତ ହୋଇ ପଡିଥିଲେ ଲୋକେ । ତେବେ କୌଣସି ସ୍ଥାନରେ କ୍ଷୟକ୍ଷତିକୁ ନେଇ ସୂଚନା ମିଳିପାରି ନାହିଁ ।

Argus Whatsapp Channel Mobile Top
Sponsored
Earthquake shock in Puri, intensity 4.7 | Argus News