Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ , ପ୍ରଥମ ଦିନରେ ଓଡ଼ିଶାକୁ ମିଳିଲା ୨୭ଟି ପଦକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ , ପ୍ରଥମ ଦିନରେ ଓଡ଼ିଶାକୁ ମିଳିଲା ୨୭ଟି ପଦକ

ଅର୍ଗସ ବ୍ୟୁରୋ:  କଳିଙ୍ଗ ଷ୍ଟାଡିୟମ୍ ରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ । ପ୍ରଥମଦିନରେ ଓଡ଼ିଶାକୁ ମିଳିଲା ୨୭ଟି ପଦକ । ଯୁବ କ୍ରୀଡାବିତଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ହୋଇଥିବା କହିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସୋମବାର ଉଦଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଆୟୋଜନ ହେବା ଏବଂ ପ୍ରଥମ ଦିନରେ ଓଡ଼ିଶାକୁ ୨୭ଟି ପଦକ ମିଳିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ କ୍ରୀଡ଼ାମନ୍ତ୍ରୀ ।

ପ୍ରଥମ ଦିନର ପ୍ରତିଯୋଗିତାରେ ୧୮ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା- ବାଳକ ବର୍ଗରେ କ୍ରୀଡାବିତ୍ ପ୍ରତୀକ ମହାରଣାଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଚିନ୍ମୟ ନାଗଙ୍କୁ କାଂସ୍ୟ ପଦକ ମିଳିଛି। ସେହିପରି ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା- ବାଳକ ବର୍ଗରେ କ୍ରୀଡାବିତ୍‌ ଦୋଣ୍ଡପତି ଜୟରାମଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ମହେନ୍ଦ୍ର ସନ୍ତାଙ୍କୁ ରୌପ୍ୟ ପଦକ ମିଳିଛି। ୨୦ ବର୍ଷରୁ କମ୍ ୫ ହଜାର ମିଟର ଦୌଡ଼ ପ୍ରତିଯୋଗିତା -ବାଳକ ବର୍ଗରେ ପ୍ରଦୀପ ମହତାଙ୍କୁ ରୌପ୍ୟ ପଦକ ମିଳିଛି। ୧୮ ବର୍ଷରୁ କମ୍ ଲଙ୍ଗଜମ୍ପ- ବାଳିକା ବର୍ଗରେ ସଂଜୁ ହନ୍ତାଳଙ୍କୁ କାଂସ୍ୟ ପଦକ ମିଳିଛି । ୧୮ବର୍ଷରୁ କମ୍‌ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସଂଜୁ ହନ୍ତାଳଙ୍କୁ ମିଳିଛି କାଂସ୍ୟ ପଦକ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
East Zone Junior Athletics Championship, Odisha won 27 medals on the first day | Argus News