ବିଷାକ୍ତ ଛତୁ ଖାଇ ୬ ଗୁରୁତର
·1 year ago

ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ୬ଜଣ ଗୁରୁତର ହୋଇଛନ୍ତି। ଗଜପତି ଜ଼ିଲ୍ଲା ମୋହନା ଥାନା ବଡ଼ଖଣି ଗ୍ରାମରେ ଏଭଳି ଅଘଟଣ ଘଟିଛି । ଆଜି ଅପରାହ୍ନରେ ଗ୍ରାମର ୬ଜଣ ବ୍ୟକ୍ତି ଜଙ୍ଗଲକୁ କାମରେ ଯାଇ ସେଠାରେ ଜଙ୍ଗଲୀ ଛତୁ ରୋଷେଇ କରି ଖାଇଥିଲେ। ଘରକୁ ଫେରିବା ପରେ ସମସ୍ତ ଛତୁ ଖାଇଥିବା ବ୍ୟକ୍ତି ବାନ୍ତି କରିବା ସହ ଅଚେତ ହୋଇଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ସେଠାରେ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିରୁ ସେମାନଙ୍କୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି। ଆଉଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ଥିବାରୁ ନିକଟସ୍ଥ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଜାରି ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: