|
logo
Live

Argus News - ବିଜେଡି ପାଇଁ ପ୍ରଚାର, ସୁଜାତାଙ୍କୁ ମହଙ୍ଗା ପଡ଼ିଲା

Odisha

ବିଜେଡି ପାଇଁ ପ୍ରଚାର, ସୁଜାତାଙ୍କୁ ମହଙ୍ଗା ପଡ଼ିଲା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବିଜେଡି ପାଇଁ ପ୍ରଚାର, ସୁଜାତାଙ୍କୁ ମହଙ୍ଗା ପଡ଼ିଲା

Key Points

  •  
  • ବିଜେଡି ପାଇଁ ପ୍ରଚାର, ସୁଜାତାଙ୍କୁ ମହଙ୍ଗା ପଡ଼ିଲା
  • ମିଶନ ଶକ୍ତିରୁ ପଦରୁ ବିଦା ହେଲେ ପାଣ୍ଡିଆନଙ୍କ ପତ୍ନୀ
  • ଅଭିଯୋଗ ପରେ ଆକ୍ସନ ନେଲେ ନିର୍ବାଚନ କମିଶନ

ଅର୍ଗସ ବ୍ୟୁରୋ: ସକାଳେ ରିଆକ୍ସନ, ରାତିରେ ଆକ୍ସନ । ସରକାରୀ ପଦବୀରେ ଥିବା ପରେ ବି ଜନସାଧାରଣଙ୍କୁ ବିଜେଡିକୁ ଭୋଟ୍‌ ଦେବାକୁ ଚାପ ପକାଉଥିଲେ । ଖାଲି ଚାପ ପକାଉଥିଲେ ତାହା ନୁହେଁ ବରଂ ପରୋକ୍ଷରେ ବାଧ୍ୟ ବି କରୁଥିଲେ । ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ । ସେଇଥି ଲାଗି ତ ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲା ବିଜେପି । ଅଭିଯୋଗ ହେବା ପରେ ମିଶନ ଶକ୍ତି ବିଭାଗର ସଚିବ ପଦରୁ ହଟାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବା ଚାପ ପକାଇବା ସୁଜାତାଙ୍କୁ ମହଙ୍ଗା ପଡ଼ିଛି । ବିଜେପି ନିର୍ବାଚନ କମିଶନଙ୍କୁ ଭେଟି ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ପରେ ନିର୍ବାଚନ କମିଶନ ବିଳମ୍ବିତ ରାତିରେ ସୁଜାତାଙ୍କୁ ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ରାଜ୍ୟରେ ମହିଳା ଭୋଟରଙ୍କୁ ଧମକଚମକ ଦିଆଯାଇ ବିଜେଡି ସପକ୍ଷରେ ଭୋଟ୍ ଦେବା ପାଇଁ ଚାପ ପକାଯାଉଥିବାର ଲିଖିତ ଅଭିଯୋଗ କରିଥିଲେ । ଭୋଟରଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନିର୍ବାଚନ କମିଶନ ଏସଭିଇଇପି(ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ) ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମର ଦୁରୂପଯୋଗ କରି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ କେମିତି ମହିଳା ଏସଏଚଜି ସଦସ୍ୟମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଧମକଚମକ ଦେଉଛି ତା’ର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଏପରିକି ବିଜେଡିକୁ ଭୋଟ୍ ନଦେଲେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଓ ଋଣ ଦିଆଯିବ ନାହିଁ ବୋଲି ମହିଳା ଏସଏଚଜିଙ୍କୁ ଧମକ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ପାଣ୍ଡିଆନ ସରକାରୀ ଚାକିରି ଥିବା ବେଳେ ଦଳୀୟ କାମ କରିବା ଏବଂ ଏବେ ଦଳରେ ଥାଇ ସରକାରୀ କାମରେ ମୁଣ୍ଡ ପୂରାଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସିଛି । ଏନେଇ ବାରମ୍ବାର ଅଭିଯୋଗ ବି ହୋଇଛି । କିନ୍ତୁ ସୁଜାତାଙ୍କ ବିରୋଧରେ ଯେମିତି ଆକ୍ସନ ନିଆଯାଇଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
 

Sponsored
ବିଜେଡି ପାଇଁ ପ୍ରଚାର, ସୁଜାତାଙ୍କୁ ମହଙ୍ଗା ପଡ଼ିଲା | Argus News