Videos
|
Odisha

Eco Friendly Boats / କାରିଗରଙ୍କ ପରିବେଶ ଚିନ୍ତା, ପ୍ରସ୍ତୁତ ହେଉଛି ଭଳିକି ଭଳି ଇକୋ ଫ୍ରେଣ୍ଡଲି ଡଙ୍ଗା

Banajyotshna Ray
Browse all articles by Banajyotshna Ray
·10 months ago·2 min read
କାରିଗରଙ୍କ ପରିବେଶ ଚିନ୍ତା, ପ୍ରସ୍ତୁତ ହେଉଛି ଭଳିକି ଭଳି ଇକୋ ଫ୍ରେଣ୍ଡଲି ଡଙ୍ଗା

Key Points

କାରିଗରଙ୍କ ପରିବେଶ ଚିନ୍ତା
ପ୍ରସ୍ତୁତ ହେଉଛି ଭଳିକି ଭଳି ଇକୋ ଫ୍ରେଣ୍ଡଲି ଡଙ୍ଗା
ଟ୍ରେଣ୍ଡିଂରେ ଗୋବର ଆଉ ମଞ୍ଜିରେ ପ୍ରସ୍ତୁତ ବୋଇତ
ଆଗକୁ ଆସୁଛି ଧର୍ମ ମାସର ମହାନ ପର୍ବ କାର୍ତ୍ତିକ ପୂର୍ଣ୍ଣିମା। ନଦୀ ଆଉ ପୁଷ୍କରିଣୀ କୂଳରେ ଶୁଭିବ ଆ କା ମା ବୈର ଧୁନ୍। ବଜାରରେ ଜମିଲାଣି ଭଲି କି ଭଳି ଡଙ୍ଗାର ଆସର । ରାଜଧାନୀର ଭୁବନେଶ୍ୱରର ବିଭିନ୍ନ ଛକ ବଜାରରେ ଡଙ୍ଗା ଦୋକାନ ଖୋଲିଛି। ଏସବୁ ଭିତରେ ଏବେ ଟ୍ରେଣ୍ଡରେ ଇକୋ ଫ୍ରେଣ୍ଡଲି ଡଙ୍ଗା । ପ୍ରଥମ ଥର ପାଇଁ ଗୋବର ଏବଂ ବିଭିନ୍ନ ପ୍ରକାର ମଞ୍ଜିରେ ପ୍ରସ୍ତୁତ ହେଉଛି ଏହି ଡଙ୍ଗା।ବିରି, ମୁଗ, ମଗଜ, କୋଲଥ ସହ ଗୋବର ମିଶି ଏହା ପ୍ରସ୍ତୁତ ହୋଇଛି। ରଙ୍ଗୀନ ଗୋବର ଡଙ୍ଗା ର ଦାମ 40 ଥିବା ବେଳେ ସାଧା ଡଙ୍ଗାର ଦାମ 30 ରହିଛି । ଯାହା ପାଣିରେ 3 ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଭାସିବ ବୋଲି ବ୍ୟବସାୟ କହିଛନ୍ତି । ଏହା ସହ ଏହା ପାଣିରେ ମିଶି ଜଳଚରଙ୍କ ଖାଦ୍ୟ ହେବା ସହ ପାଣିକୁ ପ୍ରଦୂଷିତ କରିବ ନାହିଁ । ଗୋ ସେବା ସହ ପ୍ରଦୂଷଣ ରୋକିବା ସହ ଦୁଇ ପଇସା ରୋଜଗାର ଉଦେଶ୍ୟରେ ଏହି ଡଙ୍ଗା ପ୍ରସ୍ତୁତ ହେଉଛି ।

ପରମ୍ପରା ସହ ପରିବେଶକୁ ଦୃଷ୍ଟି ରେ ରଖି ଏହି ଡଙ୍ଗା ତିଆରି କରାଯାଇଛି । ଜଳ ଚରଙ୍କ ଖାଦ୍ୟ ସହ ପାଣିକୁ ମଧ୍ୟ ପ୍ରଦୂଷଣ ମୁକ୍ତ କରିବ ଏହି ଡଙ୍ଗା ।ସୋଲ,ଜରୀ,ପ୍ଲାଷ୍ଟିକ ଡଙ୍ଗା ପରିବର୍ତେ ଏହି ଡଙ୍ଗା ପରିବେଶରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ରେ ସହାୟ ହେବ। କାରିଗରଙ୍କ ଏଭଳି ଉଦ୍ୟମକୁ ପରିବେଶବିତ୍ ମାନେ ସ୍ଵାଗତ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଶିଳ୍ପାୟନ ନାଁରେ ଜୈବବିଭିଧତା ସଙ୍କଟ ଭିତରକୁ ଠେଲି ହୋଇ ଯାଉଥିବା ବେଳେ ଡ଼ଙ୍ଗା କାରିଗରଙ୍କ ଏଭଳି ପ୍ରୟାସ ସମାଜକୁ ନିଆରା ବାର୍ତ୍ତା ଦେଇଛି।

ଏଥିସହ ପଢ଼ନ୍ତୁ: ପଞ୍ଚକ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼, ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

କାର୍ତ୍ତିକ ମାସର ପଞ୍ଚକବ୍ରତ ଆରମ୍ଭ ହୋଇଛି । ଚଳିତବର୍ଷ ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ । ସେଥିପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶକୁ ବାଦ୍ ଦେଇ ଅନ୍ୟ ୪ଟି ବେଶ ଅନୁଷ୍ଠିତ ହେବ । ଏହି ୪ ଦିନରେ ମହାପ୍ରଭୁଙ୍କୁ ଭିନ୍ନ ଭିନ୍ନ ବେଶରେ ସଜିତ କରାଯିବ । ଆଜି ପଞ୍ଚକ ବ୍ରତର ପ୍ରଥମ ଦିନ ବଡଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜିତ କରାଯାଇଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡ଼ ଦାଣ୍ଡରେ ଭିଡ଼ ଜମିଛି । ହବିଷ୍ୟାଳିମାନେ ମଧ୍ୟ ଭୋରୁ ଶ୍ରୀମନ୍ଦିର ଯାଇ ଦର୍ଶନ କରିଛନ୍ତି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥ କରାଯାଇଛି । ବିଶେଷ କରି ହବିଷ୍ୟାଳୀ ଓ ବୟସ୍କ ଭକ୍ତଙ୍କୁ ନେଇ ଠାକୁରଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଆଜି ମଧ୍ୟ ହରି ଉତ୍ଥାପନ ଏକାଦଶୀ। ଏହିଦିନ ମହାପ୍ରଭୁ ନିଦରୁ ଉଠନ୍ତି। ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରେ ମହାପ୍ରଭୂ ଶୟନ କରିଥିବା ବେଳେ ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ନିଦ୍ରାରୁ ଉଠିଥାନ୍ତି। ଶାସ୍ତ୍ର ମତରେ ଆଜିର ବଡ଼ ଏକାଦଶୀ ଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ଦୀର୍ଘ ୪ ମାସପରେ ମହାପ୍ରଭୁ ଶୟନରୁ ଉଠୁଥିବାରୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories