Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇଡିରେ ପହଞ୍ଚିଲା ଦୁର୍ନୀତିର କଳାପାହାଡ଼ ସାଜିଥିବା 12 କୁବେର ବାବୁଙ୍କ ମାମଲା

Smruti Parija
Browse all articles by Smruti Parija
·1 year ago·2 min read
ଇଡିରେ ପହଞ୍ଚିଲା ଦୁର୍ନୀତିର କଳାପାହାଡ଼ ସାଜିଥିବା 12 କୁବେର ବାବୁଙ୍କ ମାମଲା

Key Points

  • ଇଡିରେ ପହଞ୍ଚିଲା ଦୁର୍ନୀତିର କଳାପାହାଡ଼ ସାଜିଥିବା 12 କୁବେର ବାବୁଙ୍କ ମାମଲା
  • କଳାଧନ ଉତ୍ସ ସାଙ୍ଗକୁ ରାଜନୈତିକ ସମ୍ପୃକ୍ତିର ହେବ ଖୋଳତାଡ଼, ବିଜେଡିରେ ଛନକା
  • ଅଭିଯୋଗ ଥିଲା, ବିଜେଡି ସରକାରରେ ତୃତୀୟ ମହଲାକୁ ଯାଉଥିଲା ପିସି ଟଙ୍କା
  • ଖୋଲିବ କି ପିଆଦାଙ୍କୁ ମୋହରା କରି ଲୁଟର ରାଜ୍ ଚଳାଇଥିବା ନେତା ଓ ଅଫିସରଙ୍କ ମୁଖା ?

ଅର୍ଗସ ବ୍ୟୁରୋ: ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି । ସୂଚନା ଅନୁସାରେ ଗତ କିଛି ମାସ ଭିତରେ ଭିଜିଲାନ୍ସ ଜାଲରେ ପଡ଼ି ଜେଲ୍ ଯିବା ସହ ସସପେଣ୍ଡ ହୋଇଥିବା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଛି । ଏମାନଙ୍କ ଫାଇଲ୍ ଇଡିକୁ ହସ୍ତାନ୍ତର କରିଛି ଭିଜିଲାନ୍ସ । ଏ ଦୁର୍ନୀତିଖୋର ଅଫିସରଙ୍କ କଳାଧନ ଉତ୍ସ ସାଙ୍ଗକୁ ସେମାନଙ୍କ ରାଜନୈତିକ ସଂପୃକ୍ତିର ଖୋଲତାଡ଼ କରିବ ଇଡି । ଖୁବଶୀଘ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଏ କୁବେର ବାବୁଙ୍କୁ କରାଯିବ ସମନ ।

ଅଭିଯୋଗ ଅଛି, ଜନତା ଓ ରାଜକୋଷ ଲୁଟି ଏମାନେ ଗୋଟାଉଥିଲେ ବିଜେଡି ପାଣ୍ଠି । ବିଜେଡି ଶାସନରେ ଏ କୁବେର ବାବୁମାନେ ମୋହରା ସାଜିଥିବାବେଳେ  ମାଫିଆଙ୍କ ସରଗନା ବସୁଥିଲେ ତୃତୀୟ ମହଲାରେ । ଭି. କେ ପାଣ୍ଡିଆନ୍, ଡିଏସ୍ କୁଟ୍ଟେ, ଆଶିଷ ସିଂଙ୍କ ଭଳି ବିଜେଡି ଶାସନର ବଡ଼ ଅଫିସରଙ୍କ ନାଁରେ ଅଛି ସଂଗୀନ ଅଭିଯୋଗ। ଥାର୍ଡ ଫ୍ଲୋରର ପାଓ୍ବାରଫୁଲ ବାବୁଙ୍କ ନିର୍ଦ୍ଦେଶରେ ଏମାନେ ଠିକାଦାରଙ୍କଠାରୁ ଆଦାୟ କରୁଥିଲେ ମୋଟା ଅଙ୍କର ପିସି, ଆଉ ସର୍ଦ୍ଦାରଙ୍କ ହାତକୁ ବଢ଼ାଉଥିଲେ ଟଙ୍କା । ପ୍ରଶ୍ନ ହେଲା ପୂର୍ବ ମୁଖ୍ୟମନ୍ତ୍ରୀ ନବୀନଙ୍କ ଜାଣତରେ ଚାଲିଥିଲା କି ଦୁର୍ନୀତିର ମହା କେଳେଙ୍କାରୀ ? 

ଏ ସରକାରୀ ଅଫିସର ଅମାପ ସମ୍ପତ୍ତି ଠୁଳ କଲେ କେମିତି ? ସୁପ୍ରିମକୋର୍ଟଙ୍କ ଅନୁମୋଦିତ କଳାଧନ ସମ୍ପର୍କିତ ମାଲାର ତଦନ୍ତ କରୁଥିବା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ ମଧ୍ୟ ଏହାକୁ ଗୁରୁତର ସହ ନେଇଥିଲେ । ଅଗଷ୍ଟ ୨୮ରେ କଟକର ଅନୁଷ୍ଠିତ ବୈଠକରେ ଉଠିଥିଲା ଭିଜିଲାନ୍ସ ପକ୍ଷରୁ ୧୨ଟି ଚର୍ଚ୍ଚିତ ମାମଲା ପ୍ରସଙ୍ଗ । ସେଠି କୁବେର ବାବୁଙ୍କ ଚାନ୍ଦାର ସ୍କାନ ହେବା ସହ ଇଡି ସହ ହୋଇଥିଲା ଆଲୋଚନା। 

ଭିଜିଲାନ୍ସ ଚଢ଼ାଉବେଳେ ଦୁର୍ନୀତିଖୋର ବାବୁଙ୍କ ସମ୍ପତ୍ତି ସମସ୍ତଙ୍କୁ କରିଛି ତାଜୁବ୍। ପ୍ରଶ୍ନ ହେଲା ହାତରେ ଘସିହୋଇ ପକେଟରେ ପଶୁଥିବା ଟଙ୍କା ଯଦି ଏତିକି ତେବେ ତୃତୀୟ ମହଲାକୁ ଯାଇଥିଲା କେତେ ? ସବୁଠାରୁ ବଡ଼ ପ୍ରଶ୍ନ ପିଆଦାଙ୍କୁ ମୋହରା କରି ରାଜ୍ୟରେ ଲୁଟର ରାଜ୍ ଚଳାଇଥିବା ନେତା ଓ ଅଫିସରଙ୍କ ପାଖରେ ପହଞ୍ଚିବ କି ତଦନ୍ତ ? ପିସି ଖିଆ ଅଫିସରଙ୍କ ସଂରକ୍ଷଣକର୍ତ୍ତାଙ୍କର ମୁଖା ଖୋଲିବ କି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ED has reached the case of 12 Kuber Babu who is covered in corruption | Argus News