Videos
|
Odisha

କୋଟି କୋଟି ଟଙ୍କା ସମ୍ପତ୍ତି ଠୁଳର ରହସ୍ୟ ଖୋଜି ବାହାର କରିବ ଇଡି

Smruti Parija
Browse all articles by Smruti Parija
·1 year ago·1 min read
କୋଟି କୋଟି ଟଙ୍କା ସମ୍ପତ୍ତି ଠୁଳର ରହସ୍ୟ ଖୋଜି ବାହାର କରିବ ଇଡି

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ପରେ ଇଡି ଘାଣ୍ଟିବ । ଭିଜିଲାନ୍ସ ଜାଲରେ ପଡ଼ିଥିବା ଯନ୍ତ୍ରୀ ଓ ଅଫିସରଙ୍କୁ ଇଡି କରିବ ଜେରା । ଖୋଳି ବାହାର କରିବ ପୋତା ଧନର ରହସ୍ୟ । କୋଟି କୋଟି ଟଙ୍କା ସମ୍ପତ୍ତି ଠୁଳର ରହସ୍ୟ ଖୋଜି ବାହାର କରିବ ଇଡି । 4 ମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ସମସ୍ତ ଯନ୍ତ୍ରୀଙ୍କ ତଥ୍ୟ ଇଡିକୁ ଦେଇଛି ରାଜ୍ୟ ଭିଜିଲାନ୍ସ । 

ଖୁବଶୀଘ୍ର କୋଟିପତି ଯନ୍ତ୍ରୀଙ୍କୁ ଇଡି କରିବ ସମନ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା । ୧୨ ଜୁନରୁ ୨୬ ଅକ୍ଟୋବର ଭିତରେ ଭିଜିଲାନ୍ସ ୧୨୩ ଜଣଙ୍କ ବିରୋଧରେ ୮୮ଟି ମାମଲା କରିଛି । ଏଥିରେ ୨୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ରହିଛନ୍ତି । ଏହି ୪ ମାସରେ ପ୍ରାୟ ୭୮ କୋଟି ଟଙ୍କାର ସଂପତ୍ତି ଜବତ ହୋଇଛି । ଏ  ସବୁ ଆୟବର୍ହିଭୂତ ସଂପତ୍ତି । ୩୨ଟି ମକଦ୍ଦମାରେ ୪୦ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦଣ୍ଡ ବିଧାନ ହାର ୮୦ ପ୍ରତିଶତରୁ ଅଧିକ ।
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ED will interrogate the engineers and officers caught in the vigilance net | Argus News