Videos
|
Odisha

ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଅପହଞ୍ଚ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଅପହଞ୍ଚ

Key Points

ସମସ୍ୟା ଘେରରେ କୁଚେଇପାଲ ଗାଁ
ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଅପହଞ୍ଚ
ଗମନାଗମନ ପାଇଁ ଗାଁକୁ ନାହିଁ ପକ୍କା ରାସ୍ତା
ଅସୁରକ୍ଷିତ ଗୃହରେ ଚାଲିଛି ପ୍ରାକ୍ ଶିକ୍ଷା

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜାମଦା ବ୍ଲକ ହେଁସଡା ପଞ୍ଚାୟତର କୁଚେଇପାଲ ଗ୍ରାମ । ଗାଁରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀଗୃହରେ ଆଠୋଟି ଶ୍ରେଣୀର ପିଲା ପଢୁଛନ୍ତି ପାଠ । ପୂର୍ବରୁ ଥିବା ଶ୍ରେଣୀଗୃହ ବିଲଡିଂକୁ ଅସୁରକ୍ଷିତ ଘୋଷଣା ହୋଇଥିବା ବେଳେ ନୂଆ କରି ନିର୍ମାଣ ହୋଇଥିବା ବିଲଡିଂ ଅଧପନ୍ତରିଆ ହୋଇ ପଡ଼ିରହିଛି । ସେପଟେ ଦୀର୍ଘ ପାଞ୍ଚ ବର୍ଷ ହେଲା ଅସୁରକ୍ଷିତ ଘୋଷଣା କରାଯାଇଥିବା ଗୃହରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ବିପଦପୂର୍ଣ୍ଣ ଅବସ୍ଥାରେ ପାଠ ପଢୁଛନ୍ତି କୁନି କୁନି ପିଲା । ଗାଁରେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ମାଣ ହୋଇଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଆରମ୍ଭରୁ ତାଲା ଝୁଲୁଛି ।

ଅନ୍ୟ ପକ୍ଷରେ ଗାଁରେ ଥିବା ରାସ୍ତାର ଅବସ୍ଥା ବେହାଲ । ରଘୁବୀର ଛକରୁ କୁଚେଇପାଲକୁ ସଂଯୋଗ କରୁଥିବା ୪ କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି । ଗ୍ରାମବାସୀ ଏନେଇ ବାରମ୍ବାର ଅଭିଯୋଗ କରୁଥିବା ବେଳେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । କେବେ ଏହି ଅଞ୍ଚଳରବାସୀଙ୍କ ଦୁଃଖ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: