ଗିରଫ ହେଲେ ଏଜୁକେସନ ବିଭାଗ HOD ସମୀର ସାହୁ

Key Points
ଗିରଫ ହେଲେ ଏଜୁକେସନ ବିଭାଗ HOD ସମୀର ସାହୁ
HODଙ୍କୁ ଗିରଫ କରି କୋର୍ଟ ଚାଲଣ କଲା ପୋଲିସ
ବିଶ୍ବଜିତ୍ ପାତ୍ର, ABVP ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ
ବାଲେଶ୍ବର ଏଫ୍.ଏମ୍ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । FM କଲେଜ ପ୍ରିନ୍ସିପାଲ ଓ HOD ସସପେଣ୍ଡ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା । ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମସ୍ ସ୍ଥାନାନ୍ତର ।
ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମସ୍ ସ୍ଥାନାନ୍ତର କରାଯାଇଛି। ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ । ଛାତ୍ରୀ ଜଣଙ୍କୁ ବିଭାଗର HOD ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ନିର୍ଯାତନା ଦେଉଥିବା ପ୍ରତିବାଦ କରି ନ୍ୟାୟ ଦାବି କରୁଥିଲେ ଛାତ୍ରୀ । ଆଜି କଲେଜରେ ଛାତ୍ରୀ ଜଣକ ଧାରଣାରେ ବସିଥିଲେ । ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରତର ଛାତ୍ରୀ ହେଲେ ଇଣ୍ଟିଗ୍ରେଟଡ୍ ବିଇଡିର ଦ୍ବିତୀୟ ବର୍ଷ ଛାତ୍ରୀ ।
ଛାତ୍ରୀ ଜଣଙ୍କୁ ଏଚଓଡି ଜଣଙ୍କ ୬ମାସ ଧରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଥରେ କି ଦି ଥର ନୁହେଁ ଛାତ୍ରୀ ଜଣକ ବାରମ୍ବାର ନିର୍ଯାତିତ ହୋଇ ଅତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣାପଡିଛି । ଯେଉଃଥିପାଇଁ ସେ ବିଦ୍ୟାଳୟର ପ୍ରନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ସେପଟେ ଘଟଣାକୁ ଗୁରୁତର ସହ ନେଇଛି ପୋଲିସ। ଫକୀର ମୋହନ କଲେଜରେ ପହଞ୍ଚିଛି ଫରେନ୍ସିକ ଟିମ୍। HOD ସମୀର ସାହୁଙ୍କୁ ସହଦେବଖୁଣ୍ଟା ଥାନାରେ ଅଟକ ରଖି ପଚାରାଉଚୁରା କରୁଛି ପୋଲିସ। ଘଟଣା ସ୍ଥଳରେ ପହଁଚିଛନ୍ତି ଏସପି ରାଜ ପ୍ରସାଦ।