Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା' ସମଲେଶ୍ଵରୀଙ୍କୁ ଦର୍ଶନ କଲେ, ପୂଜା ମଣ୍ତପ ବୁଲିଲେ କେନ୍ଦ୍ରମନ୍ତ୍ରୀ 

Smruti Parija
Browse all articles by Smruti Parija
·1 year ago·1 min read
ମା' ସମଲେଶ୍ଵରୀଙ୍କୁ ଦର୍ଶନ କଲେ, ପୂଜା ମଣ୍ତପ ବୁଲିଲେ କେନ୍ଦ୍ରମନ୍ତ୍ରୀ 

ସମ୍ବଲପୁର: ସମ୍ବଲପୁରରେ ମା' ସମଲେଶ୍ଵରୀଙ୍କୁ ଦର୍ଶନ କରିବା ସହ ପୁଜା ମଣ୍ତପ ବୁଲିଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ସକାଳେ ଗ୍ରୀନ ପାର୍କ ବାସ ଭବନରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏଥିରେ ବିଭିନ୍ନ ଅନୁଷ୍ଠାନ ସହ ଶିକ୍ଷାନୁଷ୍ଠାନର ସମସ୍ୟା ନେଇ ସାଧାରଣ ଲୋକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । 
ଦଶହରାର ଏହି ଶୁଭ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ମୋର ସୌଭାଗ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ମା’  ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ତାଙ୍କ ଶୁଭ ଆଶୀର୍ବାଦ ଆମ ସମସ୍ତଙ୍କ ଜୀବନରେ ଖୁସି ଓ ଆନନ୍ଦ ଭରିଦେଉ, ଏହା କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

ସମଲେଶ୍ଵରୀ ବିକାଶର ଫେଜ ୨ର ବିକାଶ କଳ୍ପନା ଆରମ୍ଭ ହୋଇଛି । ପ୍ରଶାସନ ସହ ଆଲୋଚନ କରି ନିର୍ଦ୍ଦେଶ ଦେବି ମା' ସମଲେଶ୍ବରୀ ପୀଠ ଅତ୍ୟାଧୁନିକ କେନ୍ଦ୍ର ହେବା ନେଇ କେନ୍ଦ୍ରମନ୍ତ୍ରୀ କହିଥିଲେ । ପରେ ପାଟେଣେଶ୍ବରୀ ମନ୍ଦିର ପହଁଚି ଦର୍ଶନ କରିଛନ୍ତି । ତେଵେ ସର୍କିଟ ହାଉସରେ ଜିଲ୍ଲାପ୍ରଶାସନ ସହ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ରହି ସମୀକ୍ଷା ବୈଠକ କରିଥିଲେ  । ପରେ ସହର ଦଲେଇପଡା, ହାଡପଡା, ନନ୍ଦପଡା, ଝାଡୁଆପଡା ଆଦି ହୀରାକୁଦ ଓ ବୁର୍ଲା ପହଚି ମାତା ଦୁର୍ଗାଙ୍କ ପୁଜା ମଣ୍ତପ ବୁଲି ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
education-minister-dharmendra-pradhan-took-blessings-of-maa-samaleswari | Argus News