Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟର ପୁରାତନ ରଙ୍ଗମଞ୍ଚକୁ ସଜାଡିବାକୁ ଉଦ୍ୟମ

Rashmita Mishra
Browse all articles by Rashmita Mishra
·1 year ago·2 min read
ରାଜ୍ୟର ପୁରାତନ ରଙ୍ଗମଞ୍ଚକୁ ସଜାଡିବାକୁ ଉଦ୍ୟମ

Key Points

ଅଣ୍ଟା ସଳଖୁଛି ମଞ୍ଚ ନାଟକ
ରାଜ୍ୟର ପୁରାତନ ରଙ୍ଗମଞ୍ଚକୁ ସଜାଡିବାକୁ ଉଦ୍ୟମ
ମଞ୍ଚ ନାଟକକୁ ଦର୍ଶକଙ୍କୁ ଫେରାଇ ଆଣିବାକୁ ପ୍ରୟାସ
ଚଳଚଞ୍ଚଳ ହେବ କଟକର ୫୦ ଦଶକର ଜନତା ରଙ୍ଗ ମଞ୍ଚ

ଏକ ଲମ୍ବା ସମୟର ନିରବତା। ପୁଣି ଥରେ କମ୍ପିବ ରାଜ୍ୟର ସବୁଠାରୁ ପୁରୁଣା ତଥା ନାଟକର ଚାଟଶାଳି ଭାବେ ପରିଚିତ କଟକର ଜନତା ରଙ୍ଗ ମଞ୍ଚ । ଜରାଜିର୍ଣ୍ଣ ଅବସ୍ଥାରେ ଥିବା ଏହି ରଙ୍ଗମଞ୍ଚରେ ଦିର୍ଘ ବର୍ଷ ପରେ ଶୁଣିବାକୁ ମିଳିବ କଳାକାରଙ୍କ ସଂଳାପ । ଏଥିପାଇଁ ଅଣ୍ଟା ଭିଡିଛନ୍ତି ଓଡ଼ିଆ ମଞ୍ଚ ତଥା ସିନେ ଜଗତର ଭେଟରାନ୍ କଳାକାର । ନୂଆ ପିଢିର କଳାକାରମାନଙ୍କ ସହ ମିଶି ବିଲୁପ୍ତ ପ୍ରାୟ ମଞ୍ଚ ନାଟକ ଦେହରେ ପ୍ରାଣ ଭରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।

ଚଳିତ ମାସ ମେ ୩୦ ତାରିଖରୁ ଜନତା ରଙ୍ଗ ମଞ୍ଚରେ ମଞ୍ଚସ୍ଥ ହେବ ନାଟ୍ୟକାର ଡ଼ଃ ନିବେଦିତା ଜେନାଙ୍କ ଲିଖିତ ନାଟ୍ୟ ଚଇତ୍ରୁ । ନାଟକର ଲକ୍ଷ୍ୟ କେବଳ ମଞ୍ଚ ନାଟକ ଠାରୁ ଦୁରେଇ ଯାଇଥିବା ଦର୍ଶକମାନଙ୍କୁ ପୁଣି ଥରେ ଦର୍ଶକ ଗ୍ୟାଲେରୀକୁ ଫେରାଇ ଆଣିବା ଓ ନୂଆ ପିଢିର ଦର୍ଶକଙ୍କୁ ନୂଆ ସ୍ବାଦର ନାଟକ ଭେଟି ଦେବା । ଏବେ କଳାକାରମାନେ ରିହରସେଲ୍ ଆରମ୍ଭ କରିଛନ୍ତି ।

୧୯୫୩ ମସିହା ଜାନୁଆରୀ 16 ତାରିଖ। କଟକ ବାଙ୍କ ବଜାରରେ ଶୁଭାରମ୍ଭ ହୋଇଥିଲା ଜନତା ରଙ୍ଗମଞ୍ଚର । ଏହି ମଞ୍ଚ ନିରଞ୍ଜନ ଶତପ‌ଥୀଙ୍କ ଠାରୁ ଆରମ୍ଭ କରି ଗୋପାଳ ଘୋଷ, ମହମ୍ମଦ ମହସୀନ, ସଚ୍ଚି ଦାସ, ସୌଦାମୀନୀ, ବିନୋଦିନୀଙ୍କ ଭଳି ଅନେକ ଭେଟେରାନ ନାଟ୍ୟକାର ଓ କଳାକାରଙ୍କୁ ତିଆରି କରିଛି । ପ୍ରତିଭା, ଝଞ୍ଜା, ପର କଲମ, ଭରସା, ଉଠା ପାଚେରି, ଯାଯାବର, ପେଟେଣ୍ଟ ମେଡିସିନ୍ , ମାଟିର ମଣିଷ, ନଷ୍ଟ ଉର୍ବଶୀ,ମୁଖାଗ୍ନି ଭଳି ଲୋକପ୍ରିୟ ନାଟକ ମଧ୍ୟ ଏହି ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଛି ।

୧୯୯୯ ମହାବାତ୍ୟାରେ ରଙ୍ଗମଞ୍ଚର ସବୁ ଉଜୁଡିଯାଇଥିଲା । ପରେ ଖୋଲା ଆକାଶ ତଳେ ଅଣ୍ଟା ସଳଖି ଛିଡ଼ା ହୋଇଥିଲା ଜନତା ରଙ୍ଗମଞ୍ଚ । ବର୍ତ୍ତମାନ ନିଜସ୍ବ ଉଦ୍ୟମରେ କଳାକାରମାନେ ମୃତ ପ୍ରାୟ ମଞ୍ଚ ନାଟକକୁ ସଞ୍ଜିବନୀ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ମଞ୍ଚ ବଞ୍ଚିଲେ କଳା ବଞ୍ଚିବ କଳା ବଞ୍ଚିଲେ କଳାକାର ବଞ୍ଚିବ ବୋଲି ଜନତାମଞ୍ଚ କର୍ମକର୍ତାଙ୍କ ଆଶା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
efforts-to-renovate-the-states-old-theatre | Argus News