Videos
|
Odisha

Egg Prices Fall / ଖସୁଛି ଅଣ୍ଡା ଦର, ଚିନ୍ତାରେ ଚାଷୀ ଓ ବ୍ୟବସାୟୀ

Bikash Mohanty
Browse all articles by Bikash Mohanty
·5 months ago·2 min read
ଖସୁଛି ଅଣ୍ଡା ଦର, ଚିନ୍ତାରେ ଚାଷୀ ଓ ବ୍ୟବସାୟୀ
Egg

Key Points

ଅଣ୍ଡା ଉପରେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ପ୍ରଭାବ
ଖସୁଛି ଅଣ୍ଡା ଦର,ଚିନ୍ତାରେ ଚାଷୀ ଓ ବ୍ୟବସାୟୀ

ଭୁବନେଶ୍ବର,୩/୪:ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ପ୍ରଭାବ ସିଧାସଳଖ  ଅଣ୍ଡା ବଜାର ଉପରେ ପଡ଼ିଛି। ଯୁଦ୍ଧ ପ୍ରଭାବରେ ବିଦେଶକୁ ଅଣ୍ଡା ରପ୍ତାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ମାଲ ପରିବହନରେ ପ୍ରତିବନ୍ଧକ ହେବା ଫଳରେ ଫାର୍ମ ଗୁଡ଼ିକରେ ହଜାର ହଜାର ଅଣ୍ଡା ଗଦା ହୋଇ ରହିଛି । ଏପଟେ ଅଣ୍ଡା ଉତ୍ପାଦନ ବୃଦ୍ଧି ହେଉଥିବା ବେଳେ ସେପଟେ ରପ୍ତାନୀ ସମସ୍ୟା ପାଇଁ ଦର ହ୍ରାସ ପାଇଛି । ଓଡ଼ିଶାରେ ବି ଅଣ୍ଡା ମୂଲ୍ୟ ହ୍ରାସ ପାଇଛି । ବଜାରରେ ଅଣ୍ଡା ଦର ହ୍ରାସ ଚାଷୀ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି ।

ଓଡ଼ିଶାରେ ଦୈନିକ ଏକ କୋଟି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଅଣ୍ଡା ଉତ୍ପାଦନ ହେଉଛି। ପ୍ରତିଦିନ ରାଜ୍ୟରୁ ଲକ୍ଷ ଲକ୍ଷ ଅଣ୍ଡା ଦେଶ ସହ ବିଦେଶୀ ବଜାରକୁ ରପ୍ତାନୀ କରାଯାଉଥିଲା। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏବେ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗିଛି । ତେଣୁ ରପ୍ତାନୀ ସ୍ଥଗିତ ରହିଥିବାରୁ, ଚାଷୀମାନେ ଅତିରିକ୍ତ ଉତ୍ପାଦନ ପରିଚାଳନା କରିବାକୁ ସଂଘର୍ଷ କରୁଛନ୍ତି । ଚାଷୀମାନେ ଏବେ ସ୍ଥାନୀୟ ବଜାରରେ ଅତ୍ୟନ୍ତ କମ ମୂଲ୍ୟରେ ସେମାନଙ୍କର ଷ୍ଟକ୍‌କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ପଢନ୍ତୁ ଏହି ଖବର: ଅଣ୍ଡାରେ ରହିବ ଏକ୍ସପାଏରୀ ଡେଟ୍ ! ସରକାରଙ୍କୁ ପ୍ରସ୍ତାବ ଦେବ ବିଭାଗ

ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ବିଦେଶକୁ ଅଣ୍ଡା ରପ୍ତାନି କରିଥାନ୍ତି। କିନ୍ତୁ ଏବେ ଏହା ଉପରେ ପ୍ରତିବନ୍ଧକ ଥିବାରୁ ସେମାନେ ଓଡ଼ିଶାକୁ ଅଧିକ ଅଣ୍ଡା ରପ୍ତାନି କରୁଛନ୍ତି। ବାହାର ରାଜ୍ୟରେ ଉତ୍ପାଦିତ ଅଣ୍ଡା ଯଦି ଓଡ଼ିଶା ବଜାରରେ ଅଧିକ ପରିମାଣରେ ବିକ୍ରି ହୁଏ ତେବେ ଦର ଆହୁରି ହ୍ରାସ ପାଇବା ସହ ଓଡ଼ିଶାର ଚାଷୀ ଓ ବ୍ୟବସାୟୀମାନେ ଆହୁରି କ୍ଷତିର ସମ୍ମୁଖିନ ହେବାର ଆଶଙ୍କା ପ୍ରକାଶ ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଶରେ ଅଣ୍ଡା ଦର ନିର୍ଦ୍ଧାରଣ କରି ବିକ୍ରି କରିବା ପାଇଁ ଜାତୀୟ ଅଣ୍ଡା ସମନ୍ୱୟ କମିଟି ଗଠନ କରାଯାଇଛି । ଦେଶରେ ମୋଟ ୨୮ଟି ଜୋନ୍ କରାଯାଇଛି।  ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପୂର୍ବରୁ ଓଡ଼ିଶାରେ ପ୍ରତି ଅଣ୍ଡାର ମୂଲ୍ୟ ୭ରୁ ୮ ଟଙ୍କାରେ ବିକ୍ରି ହେଉଥିଲା । ବର୍ତ୍ତମାନ ଦର ଖସି ଆସି ୫ ଟଙ୍କାରେ ବିକ୍ରି କରାଯାଉଛି । ହୋଲସେଲ ଦର ୪ ଟଙ୍କା ୬୫ ପଇସା ରହିଥିବା ବେଳେ ରିଟେଲ ଦର ୫ ଟଙ୍କା ରହିଛି । ପୂର୍ବରୁ ଅଣ୍ଡା ଟ୍ରେ ହୋଲସେଲ୍ ୨୦୦-୨୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା । ବର୍ତ୍ତମାନ ଅଣ୍ଡା ଟ୍ରେ ପିଛା ୫୦ରୁ ୭୦ ଟଙ୍କା ପର୍ଯ୍ଯନ୍ତ ହ୍ରାସ ପାଇଁ ୧୫୦ ଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି । ଉତ୍ପାଦନ ତୁଳନାରେ ଅଣ୍ଡା ସଂରକ୍ଷଣ କରିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ବ୍ୟବସାୟୀମାନେ ଅଣ୍ଡା ଗୁଡ଼ିକୁ କମ୍‌ ମୂଲ୍ୟରେ ବିକ୍ରି କରି ଦେଉଛନ୍ତି ।