Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୮ ଥର ବିଜୟ ହୋଇଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଦିବାସୀ ଲୋକଙ୍କ ଦୁଃଖ ଦୂର କରିବାରେ ଫେଲ୍

Odisha

୮ ଥର ବିଜୟ ହୋଇଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଦିବାସୀ ଲୋକଙ୍କ ଦୁଃଖ ଦୂର କରିବାରେ ଫେଲ୍

Rashmita Mishra
Browse all articles by Rashmita Mishra
·1 year ago·1 min read
 ୮ ଥର ବିଜୟ ହୋଇଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଦିବାସୀ ଲୋକଙ୍କ ଦୁଃଖ ଦୂର କରିବାରେ ଫେଲ୍

Key Points

ଲଗାତାର ଆଠଗଡ଼ ବିଧାନସଭାରୁ ୮ ଥର ବିଜୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ
ଆଦିବାସୀ ଲୋକଙ୍କ ଦୁଃଖ ଦୂର କରିବାରେ ଫେଲ
ଶିଶୁ ମାଡୁନାହାନ୍ତି ଅଙ୍ଗନବାଡି
30ରୁ ଅଧିକ ପରିବାର ପାଖରେ ନାହିଁ ଜାଗା ପଟ୍ଟା

ଲଗାତାର ଆଠଗଡ଼ ବିଧାନସଭାରୁ ୮ ଥର ବିଜୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଆଦିବାସୀ ଲୋକଙ୍କ ଦୁଃଖ ଦୂର କରିବାରେ ଫେଲ । ଦେହ ଖରାପ ହେଲେ ସାହିକୁ ଆସି ପାରୁନି ଆମ୍ବୁଲାନ୍ସ, ନଳକୂପ ପାଣି ଖରାପ । ପାଇପ ବିଛାଯାଇଥିଲେ ମଧ୍ୟ ପାଣି ପାଇଁ କନେକକ୍ସନ ହୋଇନାହିଁ । ପୂର୍ବ ବିଜେଡି ସରକାର କରିପାରିଲାନି। ବିଜେପି ସରକାରଙ୍କ ଠାରୁ ଆଶା, ଚିତ୍ର ବଦଳିବ ।

ଆଠଗଡ଼ ବ୍ଳକ ରାଧାକିଶୋରପୁର ପଞ୍ଚାୟତ ଅଧିନ ଗାଣ୍ଡୁଆଝର ଆଦିବାସୀ ଗ୍ରାମ । ଏଠାରେ ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ ପାନୀୟଜଳ ସବୁକିଛି ଫେଲ ମାରିଛି। ଗ୍ରାମରେ ୩୦ରୁ ଅଧିକ ପରିବାର କିନ୍ତୁ କାହାରି ଜାଗା ପଟ୍ଟା ନାହିଁ । ୪୦ ରୁ ଅଧିକ ଶିଶୁ ମାଡ଼ି ନାହାଁନ୍ତି ଅଙ୍ଗନବାଡ଼ି । ସ୍ୱାସ୍ଥ୍ୟ କଥା ନ କହିବା ଭଲ । କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ସାହିକୁ ଆସି ପାରୁ ନଥିବା ଅଭିଯୋଗ ।

ଗାଁରେ ରହିଛି ୨ଟି ନଳକୂପ ଏବଂ ରାସ୍ତାରେ ବିଛାଯାଇଛି ପାଣି ପାଇପ । କିନ୍ତୁ ନଳକୂପ ପାଣି ଖରାପ । ପାଇପ ବିଛାଯାଇଥିଲେ ମଧ୍ୟ ପାଣି ଆସୁନି । ପାଣି ପାଇଁ ଗାଁ ପୋଖରୀ ଭରସା । ଆଠଗଡ଼ ସହକାରୀ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯାଇଛି । ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି ।


ଆଠଗଡ଼ ବିଧାନସଭାରୁ ୮ ଥର ବିଜୟ ହୋଇଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଦିବାସୀ ଲୋକଙ୍କ ଦୁଃଖ ଦୂର କରିବାରେ ଫେଲ । ଏବେ ବିଜେପି ସରକାରଠାରୁ ଲୋକଙ୍କ ଆଶା ସ୍ଥିତି ବଦଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
eight-time-mla-ranendra-pratap-swain-fails-to-alleviate-the-suffering-of-tribal-people | Argus News