Videos
|
Odisha

ଭିଜିଲାନ୍ସ ପଞ୍ଝାରେ ଆଠମଲ୍ଲିକ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାମଚନ୍ଦ୍ର ଶତପଥି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭିଜିଲାନ୍ସ ପଞ୍ଝାରେ ଆଠମଲ୍ଲିକ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାମଚନ୍ଦ୍ର ଶତପଥି

ଭିଜିଲାନ୍ସ ପଞ୍ଝାରେ ଆଠମଲ୍ଲିକ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାମଚନ୍ଦ୍ର ଶତପଥି । ସରକାରୀ ବାସଭବନରେ ରେଡ୍ ଚାଲିଛି । ପୂର୍ବ ବିଜେଡି ସରକାର ସମୟରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାମଚନ୍ଦ୍ରଙ୍କ ଲାଞ୍ଚ ନେଇଥିବାର ଅଭିଯୋଗ ରହିଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ବର୍ତ୍ତମାନ ଆକ୍ସନ ମୋଡ଼ରେ ଭିଜିଲାନ୍ସ ବିଭାଗ । ରାମଚନ୍ଦ୍ରଙ୍କ ବାସଭବନଠାରେ ତନ୍ନ ତନ୍ନ କରି ଯାଞ୍ଚ କରୁଛି ଭିଜିଲାନ୍ସ ବିଭାଗ I


ପୂର୍ବରୁ ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ତେବେ ଆଜି ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମ୍ ତାଙ୍କର ସରକାରୀ ବାସଭବନ ସହ ପୈତୃକ ଘରେ ଚାଲିଛି ରେଡ୍‌ କରିଛି । ତେବେ ତାଙ୍କ ଦୁଇ ଝିଅଙ୍କ ସମେତ 9ଟି ସ୍ଥାନରେ ରେଡ୍ ଜାରି ରହିଛି ।ତେବେ ଏପର୍ଯ୍ୟନ୍ତ କେତେ କଣ ଜବତ ହେଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ରେଡ୍ ଶେଷ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
eight-year-old-assistant-engineer-ramachandra-satapathy-in-vigilance-custody | Argus News