Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

KYC Update / ଫେବୃଆରି ମାସ ଯାଏଁ ବଢ଼ିଲା ଇକେ୍ୱାଇସି ଅବଧି

Rashmita Mishra
Browse all articles by Rashmita Mishra
·6 months ago·2 min read
ଫେବୃଆରି ମାସ ଯାଏଁ ବଢ଼ିଲା ଇକେ୍ୱାଇସି ଅବଧି
KYC Update

Key Points

ଆଉ ୨ ମାସ ବଢିଲା ଇକେ୍ୱାଇସି ଅବଧି ।
ଫେବୃଆରି ମାସ ଯାଏଁ ଇକେ୍ୱାଇସି ଅବଧି ବଢ଼ାଇଲେ ରାଜ୍ୟ ସରକାର ।
ଆଜି ସରୁଥିଲା ଇକେ୍ୱାଇସି ଅବଧି ।

ଆଉ ୨ ମାସ ବଢିଲା ଇକେ୍ୱାଇସି ଅବଧି । ଫେବୃଆରି ମାସ ଯାଏଁ ଇକେ୍ୱାଇସି ଅବଧି ବଢ଼ାଇଲେ ରାଜ୍ୟ ସରକାର । ଆଜି ସରୁଥିଲା ଇକେ୍ୱାଇସି ଅବଧି । ଏବେ ସୁଦ୍ଧା ୯୬ ପ୍ରତିଶତ ଇକେ୍ୱାଇସି କରି ସାରିଥିବା ବେଳେ ବାକି ୪ ପ୍ରତିଶତ କରି ନାହାନ୍ତି । କଟକ ଏବଂ ଉପକୂଳ ଜିଲ୍ଲା ଗୁଡିକରେ ଅଧିକ ହିତାଧିକାରୀ ଇକେ୍ୱାଇସି କରି ନାହାନ୍ତି । ସରକାର ଚାହୁଁଛନ୍ତି କାହାର କାର୍ଡ ନ କଟୁ । ସମସ୍ତେ ଆଉ ୨ ମାସ ସମୟ ଭିତରେ ଇକେ୍ୱାଇସି କରି ଦିଅନ୍ତୁ ବୋଲି ନିବେଦନ କଲେ ମନ୍ତ୍ରୀ । ଏବେ ସୁଦ୍ଧା ନୂଆ ୮ ଲକ୍ଷ ରାସନ କାର୍ଡ ବାଣ୍ଟି ସାରିଲେଣି ସରକାର ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି । ସରକାରୀ ଘୋଷଣା ଅନୁସାରେ, ଇ-କେୱାଇସି କରିବାର ଶେଷ ତାରିଖ ଥିଲା ଡିସେମ୍ବର ୩୧ ତାରିଖ ଯାଏଁ କିନ୍ତୁ ବର୍ତ୍ତମାନ ସମୟରେ ଆଉ ୨ ମାସ ବଢିଲା ଇକେ୍ୱାଇସି ଅବଧି ।

ଯୋଗାଣ ବିଭାଗରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ୩ କୋଟି ୨୫ ଲକ୍ଷ ୫୧ ହଜାର ୭୭୩ ଜଣ ହିତାଧିକାରୀଙ୍କ ଇ-କେୱାଇସି କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଏହା ଭିତରେ ୩ କୋଟି ୧୨ ଲକ୍ଷ ଲୋକ ନିଜ ଇ-କେୱାଇସି କରିସାରିଛନ୍ତି । ଆହୁରି ୧୩ ଲକ୍ଷ ୪୨ ହଜାର ୪୫୩ ଜଣଙ୍କ ଏହି ପ୍ରକ୍ରିୟା ବାକି ରହିଛି। ରାଜ୍ୟ ବାହାରେ ରହୁଥିବା ୧ଲକ୍ଷ ୪୫ହଜାର ୪୪୬ ଜଣଙ୍କ ଇ-କେୱାଇସି କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ଲକ୍ଷ ୪୨ହଜାର ୩୫୭ ଜଣ, କଳାହାଣ୍ଡି ୭୧ ହଜାର, ବଲାଙ୍ଗୀର ୬୮ ହଜାର, ବାଲେଶ୍ବର ୬୪ ହଜାର, ମୟୂରଭଞ୍ଜ ୬୧ ହଜାର, ପୁରୀ ୬୨ ହଜାର, ଯାଜପୁରରେ ୬୦ ହଜାର ଲୋକ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୬୪୫୩ ଜଣଙ୍କ ଇ-କେୱାଇସି ହୋଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
KYC Update | e-KYC Deadline Extended Till February: Check Details | Argus News