EKYC ଅବଧି ଜାନୁଆରୀ 31 ଯାଏଁ ବଢ଼ିଲା
·1 year ago

Key Points
ଜାନୁଆରୀ 31 ଯାଏଁ ବଢ଼ିଲା ରାସନ କାର୍ଡ EKYC ଅବଧି ।
ଭୁବନେଶ୍ୱର: ଜାନୁଆରୀ 31 ଯାଏଁ ବଢ଼ିଲା ରାସନ କାର୍ଡ EKYC ଅବଧି । ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଏହି ସମୟ ମଧ୍ୟରେ ଯୋଗ୍ୟ ହିତାଧିକାରୀ EKYC କରିପାରିବେ । ନିକଟସ୍ଥ ଇପିଏସ କିମ୍ବା ରାସନ ଯୋଗାଣ କେନ୍ଦ୍ରରେ ଇ-କେୱାଇସି ଅପଡେଟ ହୋଇପାରିବ । ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନଥିବାରୁ ଅବଧି ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଜାନୁଆରୀ ୧୫ ପର୍ଯ୍ୟନ୍ତ ସମୟ ଦେଇଥିଲେ ସରକାର । ରାସନ କାର୍ଡଧାରୀଙ୍କ ପରିଚୟ ଯାଞ୍ଚ କରିବାକୁ ସରକାର ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି । ନକଲି ରାସନ କାର୍ଡ ଏବଂ ଠକେଇକୁ ରୋକିବାରେ ଏହା ସାହାଯ୍ୟ କରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: