Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

Rashmita Mishra
Browse all articles by Rashmita Mishra
·10 months ago·1 min read
ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

Key Points

ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

ଦାନ୍ତକାଠି ଥିବା ଯୋଗୁଁ ୭ ଦିନ ଭୋକରେ ଥିଲେ ବୃଦ୍ଧ

MKCG ମେଡିକାଲର ENT ବିଭାଗର ସଫଳ ଅସ୍ତ୍ରୋପଚାର


ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ଦାନ୍ତକାଠି ଥିବା ଯୋଗୁଁ ୭ ଦିନ ଭୋକରେ ଥିଲେ ବୃଦ୍ଧ । MKCG ମେଡିକାଲର ENT ବିଭାଗର ସଫଳ ଅସ୍ତ୍ରୋପଚାର । ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ୯ ଇଞ୍ଚର ଏକ ଦାନ୍ତକାଠି ବାହାର କରାଯାଇଛି । ଅସାବଧାନତା ଯୋଗୁଁ ବୃଦ୍ଧ ଜଣଙ୍କ ଦାନ୍ତ କାଠିଟିକୁ ଗିଳି ଦେଇଥିଲେ ।

ଏଥିଯୋଗୁଁ ଅସହ୍ୟ ଯନ୍ତ୍ରଣା ସହ ଖାଇବାରେ ସମସ୍ୟା ହୋଇଥିଲା । ପରିବାରଲୋକ ତାଙ୍କୁ ଏମ୍‌କେଜସିଜିରେ ଭର୍ତ୍ତି କରାଇବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଏସୋଫାଗୋସ୍କୋପ୍ ପଦ୍ଧତିରେ ଦୀର୍ଘ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର ପରେ ଖାଦ୍ୟନଳୀରୁ ଦାନ୍ତ କାଠିଟିକୁ ବାହାର କରାଯାଇଥିଲା ।


ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନାଟଙ୍ଗା ଗାଁର 80 ବର୍ଷୀୟ କାମରାଜୁ ନାୟକ ଏ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elderly Man’s Food Pipe Found with 9-Inch Toothpick | Argus News | Argus News