Videos
|
Odisha

Update / ୧୩୦୦ ଟଙ୍କା ପାଇଁ ବୃଦ୍ଧଙ୍କୁ ମାରିଦେଲେ , ଆମ୍ବୁଲାନ୍ସ ନଆସିବାରୁ ଚାଲିଗଲେ ବୃଦ୍ଧ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
୧୩୦୦ ଟଙ୍କା ପାଇଁ ବୃଦ୍ଧଙ୍କୁ ମାରିଦେଲେ , ଆମ୍ବୁଲାନ୍ସ ନଆସିବାରୁ ଚାଲିଗଲେ ବୃଦ୍ଧ

Key Points

5 ଘଣ୍ଟାର ଅପେକ୍ଷା ପରେ ବି ଆସିଲାନି ଆମ୍ବୁଲାନ୍ସ
ଆମ୍ବୁଲାନ୍ସ ନ ଆସିବାରୁ ଚାଲିଗଲା ବୃଦ୍ଧଙ୍କ ଜୀବନ

ପଡ଼ୋଶୀଙ୍କ ଆକ୍ରମଣରେ ଆହତ ହୋଇଥିଲେ ବୃଦ୍ଧ

୧୩୦୦ ଟଙ୍କା ପାଇଁ ପିଟିପିଟି ମାରିଦେଲେ । ସେପଟେ ଆମ୍ବୁଲାନ୍ସ ନଆସିବାରୁ ଚାଲିଗଲା ବୃଦ୍ଧଙ୍କ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଅଘଟଣ ଘଟିଛି । ପଡୋଶୀଙ୍କ ଘରୁ ୧୩୦୦ ଟଙ୍କା ସହ କୁରାଢୀ ଚୋରି କରିଥିଲେ ବୃଦ୍ଧ ଜଣକ । ଯାହାକୁ ପଡୋଶୀଙ୍କୁ ତାଙ୍କ ଉପରେ ଆକ୍ରମଣ କରିବାରୁ ଗୁରୁତର ଆହତ ହୋଇଥିଲେ ବୃଦ୍ଧ । ପରେ ପରିବାର ଲୋକେ ତାଙ୍କୁ ଅଟୋ ଯୋଗେ ସାଙ୍ଗସାଙ୍ଗେ ଲଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ବୃଦ୍ଧଙ୍କର ଅବସ୍ଥା ଗୁରୁତର ହେବାରୁ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।


ଯାହାକୁ ନେଇ ଆମ୍ବୁଲାନ୍ସ ୧୦୮କୁ ବାରମ୍ବାର ଫୋନ କରିଥିଲେ ବୃଦ୍ଧଙ୍କ ପରିବାର । ଡାକ୍ତର ମଧ୍ୟ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ଦୀର୍ଘ ୫ ଘଣ୍ଟା ଅପେକ୍ଷା କରିବା ପରେ ବି ଆସିନଥିଲା ଆମ୍ବୁଲାନ୍ସ । ଆଉ ଏହାପରେ ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆମ୍ବୁଲାନ୍ସ ବିଭାଗର ଏପରି ଅପାରଗତା ଯୋଗୁ ଚାଲିଗଲା ରୋଗୀଙ୍କର ଜୀବନ । ତେବେ ଡାକ୍ତରଙ୍କ ସମେତ ଅନ୍ୟ କିଛି ମେଡିକାଲ ପ୍ରତିନିଧୀ ଆମ୍ବୁଲାନ୍ସ ଖରାପ ହୋଇଥିବା ଯୋଗୁ ଆସିନପାରିଥିବା ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Update | Elderly man dies after ambulance fails to arrive | Argus News