Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Elephant Attack / ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

Swoyang prajna Mishra
Browse all articles by Swoyang prajna Mishra
·9 months ago·1 min read
ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

Key Points

ଘର ପଛପଟ ପୋଖରୀ ହୁଡ଼ାକୁ ଶୌଚ ପାଇଁ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲେ । ହାତୀ କଚାଡ଼ି ଦେବାରୁ ଗୁରୁତର ହୋଇପଡିଥିଲେ ବୃଦ୍ଧ । ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ବନ କର୍ମଚାରୀଙ୍କ ସହାୟତାରେ ନିକଟସ୍ଥ ଚମ୍ପୁଆ ମେଡିକାଲକୁ ନେଇଥିଲେ ।

ଶୌଚ ପାଇଁ ଯାଇଥିବାବେଳେ ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳ ଯୋଡ଼ାପୋଖରୀ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଜଣକ ହେଉଛନ୍ତି ୬୫ ବର୍ଷୀୟ ବୃଦ୍ଧ ନରୋତ୍ତମ ମହାନ୍ତ । ଘର ପଛପଟ ପୋଖରୀ ହୁଡ଼ାକୁ ଶୌଚ ପାଇଁ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲେ । ହାତୀ କଚାଡ଼ି ଦେବାରୁ ଗୁରୁତର ହୋଇପଡିଥିଲେ ବୃଦ୍ଧ ।


ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ବନ କର୍ମଚାରୀଙ୍କ ସହାୟତାରେ ନିକଟସ୍ଥ ଚମ୍ପୁଆ ମେଡିକାଲକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚମ୍ପୁଆ ରେଞ୍ଜର ବିଭିନ୍ନ ସେକ୍ସନରେ ଏବେ ୫୨ ଟି ହାତୀ ରହିଥିବାବେଳେ ସନ୍ଧ୍ୟା ପରେ ବିଭିନ୍ନ ଭାଗରେ ବିଭକ୍ତ ହୋଇ ଗ୍ରାମାଞ୍ଚଳକୁ ପଶି ଘରଦ୍ୱାର ଭାଙ୍ଗିବା ସହିତ ପନିପରିବା ଧାନ ଫସଲ ଆଦି ଦଳିଚକଟି ନଷ୍ଟ କରିଦେଉଛନ୍ତି ହାତୀପଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନେକ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ମଧ୍ୟ ଅକାଳରେ ଚାଲିଯାଉଛି । ସମସ୍ତ ବନପାଳ, ବନରଖି ଓ ହାତୀ ସ୍କ୍ୱାର୍ଡ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ ସୁଦ୍ଧା ହାତୀ ଉପଦ୍ରବ ରୋକିବା ସମ୍ଭବ ହୋଇପାରୁନାହିଁ। ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହୁଛନ୍ତି ।

Related Topics

Explore more stories

Sponsored
Elderly man dies after elephant attacks | Argus News