Videos
|
Odisha

ମଦ ପିଇବାକୁ ମନା କରିବା ହେଲା କାଳ, ମାରିଦେଲେ ବୃଦ୍ଧଙ୍କୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମଦ ପିଇବାକୁ ମନା କରିବା ହେଲା କାଳ, ମାରିଦେଲେ ବୃଦ୍ଧଙ୍କୁ

Key Points

ବୌଦ୍ଧ: ମଦ ପିଇବାକୁ ମନା କରିବା ହେଲା କାଳ
ମଦ୍ୟପ ବ୍ୟକ୍ତି ମାଡ଼ରେ ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ ଘଣ୍ଟାପଡ଼ା ଥାନା ଉମା ଗାଁରେ ଅଘଟଣ

ମଦ ପିଇବାକୁ ମନା କରିବା ହେଲା କାଳ । ମଦ୍ୟପ ବ୍ୟକ୍ତି ମାଡ଼ରେ ବୃଦ୍ଧଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖବାକୁ ମିଳିଛି ବୌଦ୍ଧ ଘଣ୍ଟାପଡ଼ା ଥାନା ଉମା ଗାଁରେ । ମୃତକ ସେହି ଗାଁର ଉମାକାନ୍ତ ଭୋଇ । ଅଭିଯୁକ୍ତ ବଂନଶୀ ଭୋଇଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବଂନଶୀ ଭୋଇ ଅତ୍ୟଧିକ ମଦ ପିଇ ଗାଁ ଦାଣ୍ଡ ରେ ପାଟି ତୁଣ୍ଡ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଏହା ଦେଖି ସେହି ଗାଁ ର ପଡ଼ୋଶୀ ଉମାକାନ୍ତ ଭୋଇ ଆସି ତାଙ୍କୁ ବାରଣ କରିବା ସହ ମଦ ପିଇବା ପାଇଁ ମନା କରିଥିଲେ ।


ଏଥିରେ ଉତକ୍ଷିପ୍ତ ହୋଇ ଉମାକାନ୍ତ ଗୋଇଠା ମାରିଥିଲେ । ଘଟଣା ସ୍ଥଳରେ ବେହୋସ ହୋଇଯାଇଥିଲେ ଉମାକାନ୍ତ । ସ୍ଥାନିୟ ଲୋକେ ତାଙ୍କୁ କଣ୍ଟାମାଳ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: