Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୃଦ୍ଧଙ୍କୁ ଗୁଡ଼େଇ ଗୁଡ଼େଇ ବାନ୍ଧି ପକାଇଲା ସାପ ଦେଖନ୍ତୁ ଭିଡ଼ିଓ...

Odisha

Snake Attack / ବୃଦ୍ଧଙ୍କୁ ଗୁଡ଼େଇ ଗୁଡ଼େଇ ବାନ୍ଧି ପକାଇଲା ସାପ ଦେଖନ୍ତୁ ଭିଡ଼ିଓ...

Rashmita Mishra
Browse all articles by Rashmita Mishra
·1 hour ago·2 min read
ବୃଦ୍ଧଙ୍କୁ ଗୁଡ଼େଇ ଗୁଡ଼େଇ ବାନ୍ଧି ପକାଇଲା ସାପ ଦେଖନ୍ତୁ ଭିଡ଼ିଓ...
Snake Attack

Key Points

ଆଶ୍ଚର୍ଯ୍ୟ ବୃଦ୍ଧଙ୍କୁ ଗୁଡ଼େଇ ବାନ୍ଧିଦେଲା ବିଷଧର ସାପ
ବିଷଧର ସାପ ବୃଦ୍ଧଙ୍କୁ କାମୁଡ଼ିଲା ନାହିଁ
ବୃଦ୍ଧଙ୍କୁ ଗୁଡ଼େଇ ଗୁଡ଼େଇ ବାନ୍ଧି ପକାଇଲା ସାପ

ସାପ କାମୁଡ଼ିଲା ନାହିଁ... ବୃଦ୍ଧଙ୍କ ଦେହରେ ଗୁଡ଼େଇ ହୋଇ ବାନ୍ଧି ପକାଇଲା । ଖସି ପାରିଲେ ନାହିଁ ବୃଦ୍ଧ ଜଣକ । ଏତେ ଜୋରେ ସାପଟି ବାନ୍ଧିଥିଲା କି ଯେତେ ଖସିବାକୁ ଚେଷ୍ଟା କରିଥିଲା ସାପ ଛାଡ଼ି ନଥିଲା । ସେମିତି ଶକ୍ତ ଭାବରେ ବାନ୍ଧିକି ରଖିଥିଲା । ସାପ କାହାକୁ ବାନ୍ଧିଦେବା ଆମେ କେବଳ ଚଳଚିତ୍ରରେ ହିଁ ଦେଖିଥିଲେ । କିନ୍ତୁ ଏବେ ଏହି ଘଟଣା ପ୍ରକୃତରେ ଘଟିଛି । ଜଣେ ବୃଦ୍ଧଙ୍କ ଦେହରେ ସାପଟି ଗୁଡ଼େଇ ହୋଇ ଯାଇଛି । ଘରେ ଭିତରେ ପଶି ବୃଦ୍ଧ ଜଣକୁ ଚେୟାର ସହ ବାନ୍ଧି ଦେଇଛି ସେହି ସାପଟି।

ଯେତେ ଚେଷ୍ଟା କଲେ ସୁଧା ଛାଡ଼ୁ ନାହିଁ । ମହୁଁରୁ ଜିଭକୁ ବାହାର କରି ସେମିତି ବାନ୍ଧି ରଖିଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ ।

ଆପଣଙ୍କୁ ଚମକାଇ ଦେବ ଏଭଳି ଦୃଶ୍ୟକୁ ଦେଖିଲେ । ଜଣେ ବୃଦ୍ଧ ତଳେ ବସିଛନ୍ତି । ତାଙ୍କ ହାତକୁ ଏକ ଲୁହା ଚେୟାରରେ ବନ୍ଧା ଯାଇଛି । ଆପଣ ଭାବୁଥିବେ କେହି ବ୍ୟକ୍ତି ଏଇ ବୃଦ୍ଧଙ୍କୁ ବାନ୍ଧି ରଖିଛନ୍ତି । କିନ୍ତୁ ତାହା ସତ ନୁହେଁ । ଏକ ବିଷଧର ସାପ ବୃଦ୍ଧଙ୍କ ହାକୁ ଚେୟାରରେ ବାନ୍ଧି ପକାଇଛି । ସାପଟି ଏମିତି ଶକ୍ତ ଭାବରେ ବାନ୍ଧିଛି କି ସେ ସାପ କବଳରୁ ବାହାରି ପାରୁ ନାହାଁନ୍ତି ।

ଏଥିସହ ପଢ଼ନ୍ତୁ: ସୌମ୍ୟ ରଞ୍ଜନଙ୍କ ହତ୍ୟା ଘଟଣାର ତଦନ୍ତ କରିବ NHRC, ଗ୍ରାଉଣ୍ଡ ଜିରୋରୁ କରିବେ ଯାଞ୍ଚ

ସୂଚନା ମୁତାବକ, ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେଣିଗଡ଼ ଗାଁର କୃଷ୍ଣ ଚନ୍ଦ୍ର ସାହୁ ଜଣେ ପକ୍ଷାଘାତ ରୋଗୀ । ଶନିବାର ବିଳମ୍ବିତ ରାତିରେ ସେ ଘରେ ଶୋଇଥିବା ବେଳେ ଘରର ଝରକା ଖୋଲା ଥିଲା । ଏହି ସମୟରେ ଝରକା ଦେଇ ଏକ ବିଷଧର ସାପ ଘର ଭିତରକୁ ପଶି ଆସିଥିଲା ଏବଂ ଶୋଇଥିବା କୃଷ୍ଣଙ୍କ ଶରୀର ଉପରକୁ ଚଢ଼ି ଯାଇଥିଲା ।

କୃଷ୍ଣ ଯେତେବେଳେ ଏହା ଜାଣିବାକୁ ପାଇଲେ, ସେତେବେଳେ ସେ ହଠାତ୍ ଉଠି ପାରିନଥିଲେ କି କାହାକୁ ଡାକି ପାରିନଥିଲେ। କାରଣ ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଶରୀରର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ରହିଛି । ​କିଛି ସମୟ ପରେ କୃଷ୍ଣ ଉଠିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ସାପଟି କୃଷ୍ଣଙ୍କ ହାତକୁ ଏକ ଚେୟାର ସହ ଜୋରରେ ଗୁଡ଼ାଇ ବାନ୍ଧି ସାରିଥିଲା ।

ପରେ କୃଷ୍ଣଙ୍କ ବିକଳ ପାଟି ଶୁଣି ଯେତେବେଳେ ପରିବାର ଲୋକେ ଏହା ଦେଖିଲେ । ସେମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଥିଲେ । ଶେଷରେ ପରିବାର ଲୋକଙ୍କ ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସାପ କବଳରୁ କୃଷ୍ଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ପରେ ସାପଟି କୁ ଘର ବାହାରକୁ ସୁରକ୍ଷିତ ଛାଡି ଦିଆଯାଇଥିଲା । ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Snake Attack | Elderly Man Trapped by Snake Coils for an Hour, Shocking Incident Caught on Camera | Argus News