ଆସନ୍ତାକାଲି ଆସିବ ୨୪ ମହା ଲଢ଼େଇର ଫୈସଲା

Key Points
- ଜନତାଙ୍କ ରାୟକୁ ଅପେକ୍ଷା କରିଛନ୍ତି ରାଜନେତା
- ଭୋଟ୍ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ
- ଏକଜିଟ୍ ପୋଲରୁ ଆସିଛି ଚମକାଇଲା ଭଳି ରେଜଲ୍ଟ
- ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ନେଇ ଆକଳନ କରିଛନ୍ତି ପ୍ରାୟ ସବୁ ସର୍ଭେ ସଂସ୍ଥା
- ରାଜ୍ୟରେ ବମ୍ପର ବିଜୟ ସହ ଦେଶରେ ପୁଣି ମୋଦି ସରକାର ବୋଲି ବିଜେପିର ଦମ୍ଭୋକ୍ତି
ଅର୍ଗସ ବ୍ୟୁରୋ: ରାତି ପାହିଲେ ଭୋଟ ଗଣତି । ପ୍ରାର୍ଥୀଙ୍କ ବଢିଲାଣି ହାର୍ଟ ବିଟ୍ । କାହାର ହେବ ବିଜୟ, କିଏ ହେବେ ପରାଜିତ ? ଏକ୍ସିଟ୍ ପୋଲ୍ ହେବ କି ଏକ୍ସାଟ୍ ପୋଲ୍ ? ଏଭଳି ଚର୍ଚ୍ଚା, ଆଲୋଚନା ଭିତରେ ୨୪ ରେଜଲ୍ଟକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ କରିଛନ୍ତି ଦୃଢୋକ୍ତି । ବିଜେପି କହିଛି, ଓଡ଼ିଶାରେ ଏଥର ପରିବର୍ତ୍ତନ ନିଶ୍ଚିତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଛନ୍ତି ଓଡ଼ିଶାବାସୀ । ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ହେବାକୁ ଯାଉଛି । ଅର୍ଥନୀତି ସୁଦୃଢ ହେବ, ରୋଜଗାର ସୁଯୋଗ ସୃଷ୍ଟି ହେବ, ସମାଜରେ ସୁରକ୍ଷା ବଢିବ ଓ ଲୋକମାନଙ୍କ ମଧ୍ୟରେ ସଂପନ୍ନତା ଆସିବ ବୋଲି କହିଛି ଦଳ ।
ସେପଟେ ବିଜେଡି କହିଛି, ଦଳ ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ । ଏକ୍ସିଟ ପୋଲ୍ କେବଳ ଆକଳନ, ଏହା ସବୁବେଳେ ଠିକ୍ ହୁଏନି । କିନ୍ତୁ ବିଜୁ ଜନତା ଦଳ ବହୁମତ ସହ ଓଡିଶାରେ ସରକାର ଗଠନ କରିବାକୁ ଯାଉଛି ଏବଂ ମୁଖ୍ୟମନ୍ତ୍ରୀ ଆସନ୍ତା ୯ ତାରିଖରେ ଶପଥ ଗ୍ରହଣ କରିବେ ବୋଲି କହିଛି ବିଜେଡି । ଅନ୍ୟପଟେ କଂଗ୍ରେସ କହିଛି, ଏକ୍ସିଟ୍ ପୋଲି ଦୁଇ ତିନି ଦିନର ଏଣ୍ଟର୍ଟେନମେଣ୍ଟ । ଏବେ ନମ୍ବର କହିହେବନି, ହେଲେ ଭଲ ଆସନରେ ଜିତିବୁ ବୋଲି କହିଛି କଂଗ୍ରେସ ।
ବିଭିନ୍ନ ସଂସ୍ଥାର ଏକ୍ସିଟ୍ ପୋଲ ଫଳାଫଳ ଦେଖି ଛାନିଆ ୨୫ ବର୍ଷର ଶାସକ ଦଳ । କେନ୍ଦ୍ରରେ ତୃତୀୟ ଥର ମୋଦି...ଓଡିଶାରେ ପରିବର୍ତ୍ତନର ବଡ ସଂକେତ । ରାଜ୍ୟରେ ବିଜେପି ସରକାର କରିବା ଲାଗି ଫୁଲ୍ କନଫିଡେଣ୍ଟ । ତେବେ ସବୁ ଭିତରେ ଆସନ୍ତାକାଲି ଫାଇନାଲ ଫଳାଫଳକୁ ଅପେକ୍ଷା ।