ସ୍କ୍ରୋଲ କଲେ ଜାଣିବେ ଆଜିର ନିର୍ବାଚନି ଖବର
·2 years ago·1 min read

- BJDର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଏଯାବତ ୧୪୧ ଆସନରେ ପ୍ରାର୍ଥୀ ଘୋଷଣା କଲାଣି ବିଜେଡି..ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ
- ଘୋଷଣା ହୋଇଥିବା ୬ଟି ଆସନ ମଧ୍ୟରୁ ୪ଟିରେ ବର୍ତ୍ତମାନର ବିଧାୟକଙ୍କୁ ମିଳିଲାନି ଟିକେଟ । ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ମିଳିଲାନି ଟିକେଟ, ବରୀ ବିଧାୟକ ସୁନନ୍ଦା ଦାସଙ୍କୁ ଟିକେଟ ଦେଲାନି ବିଜେଡି
- ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ । ସଂକଳ୍ପପତ୍ର ଲୋକାର୍ପଣ କଲେ ସଭାପତି ମନମୋହନ ସାମଲ । ଆଗାମୀ ୫ ବର୍ଷରେ ଓଡ଼ିଶାର ସାମଗ୍ରିକ ବିକାଶ ହେବ କହିଲେ ରାଜ୍ୟ ସଭାପତି
- ୨୪ ତାରିଖ ପୂର୍ବାହ୍ନ ସାଢ଼େ ୧୦ ରେ ହିଞ୍ଜିଳିରେ ଜନସଭାକୁ ସମ୍ବୋଧନ କରିବେ ନବୀନ । ସାଢ଼େ ୧୧ ରେ ଶେରଗଡ଼ରେ ଜନସଭାରେ ଦେବେ ଉଦବୋଧନ
- ଏପ୍ରିଲ ୨୮ରେ ସାଲେପୁର ଆସିବେ ରାହୁଲ ଗାନ୍ଧି । ରାହୁଲ ଗାନ୍ଧିଙ୍କ ଗସ୍ତ ନେଇ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା, ପୁଣି ମେ ୩/୪ରେ ରାୟଗଡ଼ା ଆସିବେ ରାହୁଲ
- ନାମାଙ୍କନ ଭରିବା ପାଇଁ ବାହାରିଲେ ତାରାପ୍ରସାଦ ବାହିନୀପତି । ରାଲିରେ ଜନସମୁଦ୍ର ଦେଖି ଭାବବିହ୍ୱଳ ହେଲେ ତାରା । କହିଲେ , ମୁଁ ଦୁର୍ବଳ ଲୋକ ନୁହଁ , କିନ୍ତୁ ଲୋକଙ୍କ ପ୍ରେମ ଆଗରେ ଦୁର୍ବଳ ହେଇଯାଏ
- ସିଆଚେନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଯବାନ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଆସିପାରେ ବିଜେପି ପ୍ରାର୍ଥୀ ତାଲିକା । ନେତାଙ୍କ ମଧ୍ୟରେ ବଢିଲା ଉତ୍କଣ୍ଠା
- ସୁପ୍ରିମକୋର୍ଟରେ ମୋକିମଙ୍କ OHRDC ମାମଲା । ଆସନ୍ତାକାଲି ମହମ୍ମଦ ମୋକିମଙ୍କ ମାମଲାର ହେବ ଶୁଣାଣି, SCଙ୍କ ରାୟ ନିର୍ଦ୍ଧାରଣ କରିବ ମୋକିମଙ୍କ ରାଜନୈତିକ ଭାଗ୍ୟ
- ଶୋଭାଯାତ୍ରାରେ ଯାଉଥିବାବେଳେ ପିପିଲି ହାଟ ଛକ ନିକଟରେ ଅସୁସ୍ଥ ହୋଇପଡ଼ିଲେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: