ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ, ଅପଡେଟ୍ ଜାଣନ୍ତୁ
·2 years ago·1 min read

- ବିଜେଡି ନାଁରେ ସଙ୍ଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ ପଟ୍ଟନାୟକ । କହିଲେ, ଗଂଜେଇ ବେପାରୀଙ୍କ ପତ୍ନୀଙ୍କୁ ବିଜେଡି ଟିକେଟ ଦେଉଛି
- ୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ୬ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି
- ରାୟଗଡ଼ା ସଭାକୁ ଭିଡିଓ କନଫରେନ୍ସିଂରେ ସମ୍ବୋଧନ କଲେ ରାହୁଲ ଗାନ୍ଧି । କହିଲେ, ଗରିବଙ୍କ ଲାଗି ୫ ଗ୍ୟାରେଣ୍ଟି ଆଣିବ କଂଗ୍ରେସ । ସବୁ ବେକାରୀଙ୍କୁ ମିଳିବ ଚାକିରି
- ନୀଳଗିରି ବିଧାନସଭାରୁ ବିଜେପି ପାଇଁ ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ । ଟିକଟ ଅପେକ୍ଷାର ହେଲା ଅନ୍ତ
- ଶେଷ ଦିନରେ ରାୟବରେଲୀରୁ ପ୍ରାର୍ଥୀ ହେଲେ ରାହୁଲ, ଆମେଠିରୁ କିଶୋରୀ ଲାଲ୍ ଶର୍ମା
- ମିଶନ ଶକ୍ତି ସଚିବଙ୍କ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ । ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ECI । ଏନେଇ ଖବର ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି
- ବିଜେଡିରେ ଜଳ ଜଳ ପରିବାରବାଦ ଟ୍ରେଣ୍ଡ୍, ସାଂଗଠନିକ ସଂପାଦକଙ୍କ ଘରକୁ ଗଲା ଦୁଇ ଦୁଇଟି ଟିକେଟ୍
- ଛେଣ୍ଡିପଦା ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା ଏବଂ ଅନୁଗୁଳ ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନଙ୍କ ନାମାଙ୍କନ ଦାଖଲ ପୂର୍ବରୁ ଶୋଭାଯାତ୍ରା । ଶୋଭାଯାତ୍ରାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
