Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଆଦର୍ଶ ଆଚରଣ ବିଧିକୁ ଫୁ', ସରକାରୀ ଯୋଜନାର ଚାଲିଛି ବେଧଡକ ପ୍ରଚାର  

Manini Pattanayak
Browse all articles by Manini Pattanayak
·2 years ago·1 min read
 ଆଦର୍ଶ ଆଚରଣ ବିଧିକୁ ଫୁ', ସରକାରୀ ଯୋଜନାର ଚାଲିଛି ବେଧଡକ ପ୍ରଚାର  

 କଟକ:  ରାଜ୍ୟରେ ଲାଗୁ ହେଲାଣି ନିର୍ବାଚନ ଆଦର୍ଶ ଆଚରଣ ବିଧି । ହେଲେ ଏହା ପରେ ବି ସରକାରୀ ଯୋଜନାର ଚାଲିଛି ବେଧଡକ ପ୍ରଚାର । ସିଏ ପୁଣି ଏଇଠି ସେଇଠି ନୁହେଁ ବରଂ ଆଠଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ଦୁଇଶହ ମିଟର ଦୂରରେ ।  ଯେଉଁଠି କାନ୍ଥବାଡରେ ଝୁଲୁଛି ମେଂଚା ମେଂଚା ଦଳୀୟ ପୋଷ୍ଟର । ୨୪ ସାଧାରଣ ନିର୍ବାଚନକୁ ଅବାଦ୍ଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନର ଗତ ୧୬ ତାରିଖରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଭିନ୍ନ ନିୟମ କା ନୁନ ପ୍ରଣୟନ କରିବା ସହିତ ଜିଲ୍ଲା ବ୍ଲକ ସ୍ତରରେ ସମସ୍ତ ସରକାରୀ ବିଜ୍ଞାପନ ହଟାଇ ଦେବାକୁ ନିର୍ଦେଶ ଦେଇଥିଲେ। ତେବେ ଆଜକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଆଠଗଡ଼ ସହରର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ବିକାଶ ଯୋଜନାର ମାଳ ମାଳ ପ୍ରଚାର ରହିଥିବା ବେଳେ କେବଳ ନେତାଙ୍କ ମୁହଁ ରେ ପଡ଼ିଛି ପ୍ୟାଚ।  ଖୁଲମଖୁଲା ଚାଲିଛି ଆଠଗଡରେ ଆଚରଣ ବିଧି ଉଲଙ୍ଘନ ହେଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ ଦଳ ।

ଆଠଗଡରେ ନିର୍ବାଚନ ଆଚରଣ ବିଧି ଉଲଘଂନ ହେଉଥିବା ଅଭିଯୋଗ ବିଜେପି ଓ କଂଗ୍ରେସ ଦଳ କରିବା ପରେ ଏ ସଂକ୍ରାନ୍ତରେ ଆମେ ଆଠଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ଙ୍କୁ ପଚାରିବାରୁ ଗଣମାଧ୍ୟମ ରେ କୈାଣସି ଉତ୍ତର ନଦେଇ ସିଧାସିଧା ନିଜ ସିଟରୁ ଉଠି ପଳାଇଗଲେ । ସାଧାରଣ ନିର୍ବାଚନ କୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ କେତେ ନିୟମ କେତେ ପଦକ୍ଷେପ କିନ୍ତୁ ତାହା ବାସ୍ତବରେ ପାଳନ ହେଉଛି କି ନାହିଁ ତାହା ଦେଖିବାକୁ ରହିଲା ।
ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election code of conduct has been implemented in the state. Even after this, the government plan is being heavily promoted. | Argus News