Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଉ କିଛି ସମୟର ଅପେକ୍ଷା...ନେତାଙ୍କ ଛାତି ଧଡଧଡ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଆଉ କିଛି ସମୟର ଅପେକ୍ଷା...ନେତାଙ୍କ ଛାତି ଧଡଧଡ

Key Points

  • ଆଉ କିଛି ସମୟର ଅପେକ୍ଷା
  • ଆସିବ ଫଳାଫଳ, ନେତାଙ୍କ ଛାତି ଧଡଧଡ
  • ଟେନସନରେ ତିନିଦଳର ନେତା

ଅର୍ଗସ ବ୍ୟୁରୋ: ଇଭିଏମ ଖୋଲୁଛି, ନେତାଙ୍କ ଛାତି ଧଡଧଡ ବଢୁଛି । କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ସେନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବାଜିରେ ଲାଗିଛି ଶତାଧିକ ନେତାଙ୍କ ଭାଗ୍ୟ । ଟିକିଏ ଏପଟ ସେପଟ ହେଲେ ନିର୍ବାଚନ ବୈତରଣୀରେ ଡଙ୍ଗା ବୁଡ଼ିବା ସହିତ ନେତାଙ୍କ ରାଜନୈତିକ ଭବିଷ୍ୟତ ବି ଅନ୍ଧାର ହୋଇଯାଇପାରେ । ଖାସ କରି ବିଜେଡି ଲାଗି ଅଧିକ ଟେନସନର ଦିନ । କାରଣ ଆପାତତଃ ସବୁ ଏକଜିଟ ପୋଲ କହିଛି ଏଥର ବିଜେଡି ହାତରୁ ଓଡ଼ିଶା ଯାଉଛି ବୋଲି । ସେଇଥି ଲାଗି ତ ନେତାଏ ଏବେ ଟେନସନ୍‌ରେ ।

ସକାଳୁ ନେତାଙ୍କ ଛାତି ଧଡଧଡ । କାରଣ କନ୍ଫିଡେଣ୍ଟ ନାହାନ୍ତି କୌଣସି ନେତା । କାହିଁ ନା ୨୪ ନିର୍ବାଚନରେ ବଦଳିଛି ସମୀକରଣ । ବଦଳିଥିଲା ଭୋଟିଂ ପାର୍ଟନ୍ । ତେଣୁ ୩ ଦଳର ପ୍ରାର୍ଥୀଙ୍କ ଭିତରେ ନାହିଁ ନଥିବା ଆଶଙ୍କା । ଏପଟେ ଲୋକସଭା ପରେ ବିଧାନସଭା ପାଇଁ ଆସିଥିବା ଏକଜିଟ୍ ପୋଲ୍ ଆକଳନକୁ ନେଇ ଚର୍ଚ୍ଚା ଭିତରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲର ଦୃଢୋକ୍ତି ବାଢିଛନ୍ତି ଉଭୟ ବିଜେପି ଓ ବିଜେଡି ।

ଇଭିଏମ୍ ଖୋଲିଲା, ନେତାଙ୍କ ଭିତରେ ହଲଚଲ ବଢିଲା । କାରଣ ଏତେଦିନର ପରିଶ୍ରମର ଫଳ ବାହାରିବ । ଆଉ ଫଳକୁ ନେଇ ଆଶା ଆଶଙ୍କାରେ ନେତା, ହେଲେ ଉତ୍କଣ୍ଠାରେ ଜନତା । ବଡ଼କଥା ହେଲା, ଅନ୍ୟ ନିର୍ବାଚନଠୁ ୨୪ ନିର୍ବାଚନ ଥିଲା ଅନେକ ଦୃଷ୍ଟିରୁ ଭିନ୍ନ । ଖାସ କରି ଏଥର ୫୦ ଭାଗରୁ ଅଧିକ ସିଟରେ ଉନିଶ୍ ବିଶର ଟକ୍କର ହୋଇଛି । ତେଣୁ ସେସବୁ ଆସନରେ ବିଜେପିର ପ୍ରଦର୍ଶନ ବେଶ ଭଲ ରହିପାରେ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଲୋକସଭା ପରେ ବିଧାନସଭା ଏକ୍‌ଜିଟ ପୋଲକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ଦେଖାଦେଇଛି । କାରଣ କିଛି ଏକଜିଟ୍ ପୋଲ୍, ବିଧାନସଭାରେ ବିଜେପି ଅଭୂତପୂର୍ବ ସଫଳତା ପାଉଥିବାର ଏବଂ କ୍ଷମତା ଦଖଲ କରୁଥିବାର ପୂର୍ବାନୁମାନ କରିଛନ୍ତି । ତେବେ ଏକଜିଟ୍ ପୋଲ୍ ଆକଳନ କେତେ ଏକଜାଟ୍ ହେଉଛି ତାହାତ ଆଉ କିଛି ସମୟ ପରେ ଜଣାପଡ଼ିଯିବ । ହେଲେ ଗୋଟିଏ କଥା ପ୍ରାୟତଃ ସ୍ପଷ୍ଟ ଯେ ଗତ ବିଧାନସଭା ନିର୍ବାଚନରେ ୩୨ ପ୍ରତିଶତ ପାଇଥିବା ବିଜେପିର ଭୋଟ୍ ଉଲ୍ଲେଖନୀୟ ଭାବେ ବଢ଼ିବାକୁ ଯାଉଛି । ସେଥିରେ କୌଣସି ସନ୍ଦେହ ନାହିଁ ।
 

Sponsored
Election Result Day 2024 | Argus News