|
logo
Live

Argus News - ଅଧିକାଂଶ ଆସନରେ ଘୋଷଣା ସରିଲାଣି ପ୍ରାର୍ଥୀ  : ଲଢେଇ ହେବ ଜୋରଦାର

Odisha

ଅଧିକାଂଶ ଆସନରେ ଘୋଷଣା ସରିଲାଣି ପ୍ରାର୍ଥୀ  : ଲଢେଇ ହେବ ଜୋରଦାର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଅଧିକାଂଶ ଆସନରେ ଘୋଷଣା ସରିଲାଣି ପ୍ରାର୍ଥୀ  : ଲଢେଇ ହେବ ଜୋରଦାର

Key Points

  • ଏଥର ଲଢେଇ ହେବ ଜୋରଦାର
  • ଅଧିକାଂଶ ଆସନରେ ଘୋଷଣା ସରିଲାଣି ପ୍ରାର୍ଥୀ 
  • ବିଜେପି, ବିଜେଡି-କଂଗ୍ରେସ ମଧ୍ୟରେ ହେବ ଲଢେଇ

ଅର୍ଗସ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଛି, ଲଢେଇ ପାଇଁ ନେତାଏ ପ୍ରସ୍ତୁତ ହେଉଛନ୍ତି । ଏଥର ଜୋରଦାର ଲଢେଇ ହେବାକୁ ଯାଉଥିବାରୁ ରାଜ୍ୟର ତିନିପ୍ରମୁଥ ଦଳର ପ୍ରାର୍ଥୀ ମୈଦାନରେ ତୟାରି କଲେଣି । ଏହାରି ଭିତରେ ଗତକାଲି ବିଜେପି ଓ କଂଗ୍ରେସ ନିଜର ଯୋଦ୍ଧାଙ୍କ ତାଲିକା ଘୋଷଣା କରିଛନ୍ତି ।  କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୮ ଲୋକସଭା ଯୋଦ୍ଧାଙ୍କ ନାଁ ସାମ୍ନାକୁ ଆସିଛି । କେବଳ ସପ୍ତଗିରିଙ୍କୁ ଛାଡି ଅନ୍ୟ ସବୁ ଆସନରେ ଦଳ ନୂଆ ପ୍ରାର୍ଥୀ ଦେଇଛି । ଏକମାତ୍ର ମହିଳା ଭାବେ କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ ଟିକେଟ୍ ମିଳିଛି । ପୂର୍ବରୁ ବିଜେପି ସବୁ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିଲା ବେଳେ ବିଜେଡି ୧୫ଟି ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସର ୮ ପ୍ରାର୍ଥୀଙ୍କ ଘୋଷଣା ସହ ୫ଟି ଲୋକସଭା କ୍ଷେତ୍ରରେ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଯାଇଛି ।

ସୁନ୍ଦରଗଡ଼ରେ ବିଜେପିର ଯୋଦ୍ଧା ଜୁଏଲ୍ ଓରାମଙ୍କ ସହ ବିଜେଡିର ଦିଲ୍ଲୀପ ତିର୍କୀ ଏବଂ କଂଗ୍ରେସର ଜନାର୍ଦ୍ଦନ ଦେହୁରୀଙ୍କ ବିଗ୍ ଫାଇଟ୍ । ଜୁଏଲ୍ ଗତ ଥର ଏଇ ସିଟରୁ ବିଜେଡିର ସୁନୀତା ବିଶ୍ୱାଳଙ୍କୁ ୨ ଲକ୍ଷ ୨୩ ହଜାରରୁ ଅଧିକ ଭୋଟରେ ହରାଇଥିଲେ । ହେଲେ ଏଥର କିନ୍ତୁ ସ୍ଥିତି ପୂରା ଭିନ୍ନ ।  

ଠିକ୍‌ ସେହିପରି ନବରଙ୍ଗପୁରରେ ଏଥର ତିନି ମାଝୀଙ୍କ ଭିତରେ ହେବ ଟକ୍କର । ବିଜେପିର ବଳଭଦ୍ରଙ୍କୁ ଟକ୍କର ଦେବେ ବିଜେଡିର ପ୍ରଦୀପ ଓ କଂଗ୍ରେସର ଭୂଜବଳ । ଗଲା ନିର୍ବାଚନରେ ବି ଏଠି ହୋଇଥିଲା ଜୋରଦାର ଲଢ଼େଇ । କଂଗ୍ରେସ ଟିକେଟରେ ଲଢୁଥିବା ପ୍ରଦୀପ ମାଝୀଙ୍କୁ ମାତ୍ର ୪୧ ହଜାରରୁ ସାମାନ୍ୟ ଅଧିକ ଭୋଟ୍‌ରେ ହରାଇ ଜିତିଥିଲେ ବିଜେଡିର ରମେଶ ମାଝୀ । ଏମିତିକି ଏବେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବଳଭଦ୍ର ମାଝୀ ବି ତୃତୀୟ ସ୍ଥାନରେ ଥାଇ ବି ୩ ଲକ୍ଷ ୪୨ ହଜାରରୁ ଅଧିକ ଭୋଟ୍ ହାସଲ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋରାପୁଟ- ଏଠି ବିଜେପି ପ୍ରାର୍ଥୀ କାଳୀରାମ ମାଝୀଙ୍କୁ ଟକ୍କର ଦେବେ ବିଜେଡିର ରିପିଟ୍ ପ୍ରାର୍ଥୀ କୌଶଲ୍ୟା ହିକକା ଓ କଂଗ୍ରେସର ସାଂସଦ ସପ୍ତଗିରି ଉଲ୍ଲାକା । ସପ୍ତଗିରି ଗତଥର ବିଜେଡିକୁ ଏଠି କଡ଼ା ଫାଇଟ୍ ଦେଇ ଏଠୁ ମାତ୍ର ୩ ହଜାର ୬୧୩ ଭୋଟରେ ଜିତିଥିଲା ବେଳେ, ଏଥର ଲଢ଼େଇ ଆହୁରି ଜୋରଦାର ହେବା ଆଶା କରାଯାଉଛି ।

ସେହିପରି କଳାହାଣ୍ଡିରେ ବିଜେପିର ମାଳବିକା କେଶରୀ ଦେଓଙ୍କ ସହ ବିଜେଡିର ଲମ୍ବୋଦର ନିଆଲ ଓ କଂଗ୍ରେସର ଦ୍ରୌପଦୀ ମାଝୀଙ୍କ ଭିତରେ ଟକ୍କର ହେବାକୁ ଯାଉଥିଲା ବେଳେ କନ୍ଧମାଳରେ ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀ, ବିଜେଡିର ଅଚ୍ୟୁତ ସାମନ୍ତ ଓ କଂଗ୍ରେସର ଅମୀର ଚାନ୍ଦ ନାୟକଙ୍କ ଭିତରେ ଲଢ଼େଇ ସ୍ପଷ୍ଟ ହୋଇଯାଇଛି । ତେବେ ଏହି ସବୁ ଆସନରେ ଆଗାମୀ ନିର୍ବାଚନରେ ବାଜି କିଏ ମାରୁଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

 

Sponsored
ଅଧିକାଂଶ ଆସନରେ ଘୋଷଣା ସରିଲାଣି ପ୍ରାର୍ଥୀ  : ଲଢେଇ ହେବ ଜୋରଦାର | Argus News