ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ !

Key Points
- ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ !
- ୧୪୭ ବିଧାନସଭା ସହ ୨୧ ଲୋକସଭା ପ୍ରାର୍ଥୀଙ୍କ ନାଁ ପଠାଇଲା କେନ୍ଦ୍ରକୁ
- ଫାଇନାଲ ହେବା ପରେ ନାଁ ହେବ ଘୋଷଣା
ଅର୍ଗସ ବ୍ୟୁରୋ: ମେଂଟ ଚର୍ଚ୍ଚାରେ ପଡିଲା କି ପୂର୍ଣ୍ଣଚ୍ଛେଦ । କାରଣ ଗତକାଲି ପ୍ରାର୍ଥୀ ତାଲିକା ଚୂଡାନ୍ତ କଲା ରାଜ୍ୟ ବିଜେପି । ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ ଯୋଦ୍ଧା ତାଲିକା ପ୍ରସ୍ତୁତ କରି କେନ୍ଦ୍ରୀୟ କମିଟି ପାଖକୁ ପଠାଇବ ବୋଲି ପ୍ରସ୍ତୁତ ହୋଇଛି । ହେଲେ ତାଲିକାରେ କାହା କାହା ନାଁ ରହିଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ସବୁ ଦଳ କିଏ କିଏ ପ୍ରାର୍ଥୀ ହେବ ସେନେଇ ଗୁରୁତ୍ଵ ଦେଉଛନ୍ତି । ହେଲେ ରାଜ୍ୟରେ ଗତ ୧୦ ଦିନ ହେଲାଣି ବିଜେପି-ବିଜେଡି ମେଂଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଗତକାଲି ବିଜେପି କାହାକୁ ପ୍ରାର୍ଥୀ କରିବ ସେନେଇ ବଡ ବୈଠକ ବି କରିଥିଲା । ଦିନ ୧୧ଟାରେ କୋର୍ କମିଟି ବୈଠକ ହେବା ପରେ ରାଜ୍ୟ ନିର୍ବାଚନ କମିଟି ମିଟିଂ ବି ହୋଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ, ୨ କେନ୍ଦ୍ରମନ୍ତ୍ରୀଙ୍କ ସହ ବରିଷ୍ଠ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ । ଆଉ ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭା ସିଟ୍ ନେଇ ହୋଇଥିଲା ମାନସ ମନ୍ଥନ । ତୃଣମୂଳ ସ୍ତରରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଯେଉଁ ନାଁ ଦେଇଥିଲେ, ସେସବୁ ଉପରେ ବିଚାରବିମର୍ଶ କରିଥିଲା ଦଳର ନିର୍ବାଚନ କମିଟି ।
ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କେବେ କରିବ ? ଏହାକୁ ନେଇ ଏବେଠୁ ଚର୍ଚ୍ଚା ହେଉଛି । କାରଣ ମୋଦିଙ୍କର ଲୋକପ୍ରିୟତା ଯେପରି ଭାବରେ ବଢିବଢି ଚାଲିଛି । ତାହାକୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେପିର ବିଜୟରେ କୌଣସି ଅସୁବିଧା ନାହିଁ । ସେଇଥି ଲାଗି ତ ଗ୍ରାଉଣ୍ଡରେ ବଛାବଛା ପ୍ରାର୍ଥୀ ଦେଉଛି ଦଳ । ମୋଟ୍ ଉପରେ ନିର୍ବାଚକୁ ଆହୁରି ୨ ମାସ ବାକି ଥିବା ବେଳେ ଏବେଠୁ କିନ୍ତୁ ମାହୋଲ ହେଲାଣି ସରଗରମ ।
📱 Get Argus News App
✨