Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Assembly Session / ୧୪ ମାସରେ ଯାଇଛି ୧୧୦ ଜଣଙ୍କ ଜୀବନ

Rashmita Mishra
Browse all articles by Rashmita Mishra
·9 months ago·2 min read
୧୪ ମାସରେ ଯାଇଛି ୧୧୦ ଜଣଙ୍କ ଜୀବନ

Key Points

୧୪ ମାସ ମଧ୍ୟରେ ବିଦ୍ୟୁତ ଆଘାତରେ ଯାଇଛି ୧୧୦ ଜଣଙ୍କ ଜୀବନ । ସର୍ବାଧିକ TPCODL ଅଞ୍ଚଳରେ ୪୮ ଜଣଙ୍କ ଜୀବନ ଯାଇଛି ।

ବିଗତ ୧୪ ମାସ ମଧ୍ୟରେ ବିଦ୍ୟୁତ ଆଘାତରେ ଯାଇଛି ୧୧୦ ଜଣଙ୍କ ଜୀବନ । ସର୍ବାଧିକ TPCODL ଅଞ୍ଚଳରେ ୪୮ ଜଣଙ୍କ ଜୀବନ ଯାଇଛି । ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ରାଜ୍ୟରେ ବିଦ୍ୟୁତ ଆଘାତର ମୃତ୍ୟୁ ଓ ମୃତକଙ୍କୁ ମିଳୁଥିବା କ୍ଷତିପୂରଣ ବାବଦରେ ପ୍ରଶ୍ନ କରିଥିଲେ ନୀଳମାଧବ ହିକକା ।


ବିଦ୍ୟୁତ୍ ସଂସ୍ପର୍ଶରେ ବିଗତ ୧୦ ବର୍ଷ ମଧ୍ୟରେ କେତେ ବନ୍ୟଜନ୍ତୁ ଏବଂ ଲୋକଙ୍କର ଜୀବନ ହାନୀ ଘଟିଛି ତାର ପ୍ରତିକାର କଣ କରାଯାଇଛି ? କେତେଜଣଙ୍କୁ କ୍ଷତିଗ୍ରସ୍ତ ପରିବାରକୁ ସରକାର ସହାୟତା ଦେଇଛନ୍ତି ? କେତେ ଜଣ ସହାୟତା ପାଇଛନ୍ତି ଯେଉଁ ବିଦ୍ୟୁତ ପୋଲ୍‌ଗୁଡ଼ିକ ସାଧାରଣ ଲୋକଙ୍କ ଜମିରେ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଥାପନ ହେଉଛି, କିନ୍ତୁ ଉକ୍ତ ଜମିମାଲିକଙ୍କର କ୍ଷତିଭରଣା ପାଇଁ ପାଇଁ କଣ ପ୍ରାବଧାନ ରହିଛି ବୋଲି ଲିଖିତ ପ୍ରଶ୍ନ କରିଥିଲେ ନୀଳମାଧବ ହିକକା ।


ଏହାର ଉତ୍ତର ଦେଇ ସମସ୍ତ ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିଦ୍ୟୁତ ଆଘାତ ଜନିତ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉଛି । ବିଗତ ୧୦ ବର୍ଷ ମଧ୍ୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାୟ ୧୬୨୪ ଲୋକ ଓ ୧୭୦ ବନ୍ୟଜନ୍ତୁଙ୍କ ଜୀବନ ହାନୀ ଘଟିଛି । ତେବେ, ବିଦ୍ୟୁତ ବିତରଣ ସଂସ୍ଥା ମାନଙ୍କର ତ୍ରୁଟି ଯୋଗୁଁ ଘଟୁଥ‌ିବା ବିଦ୍ୟୁତ୍ ଦୁର୍ଘଟଣା ଘଟିଲେ କ୍ଷତିପୂରଣ ଦେବା ନିୟମ ରହିଛି । OERC (Compensation to Victims of Electrical Accidents) ୨୦୨୦ଅନୁଯାୟୀ ମୃତକଙ୍କ ପିଛା ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାର ପ୍ରାବଧାନ ରହିଛି ।


ବିଗତ ୧୪ ମାସରେ ବିଦ୍ୟୁତ ଆଘାତରେ ଯାଇଛି ୧୧୦ ଜଣଙ୍କ ଜୀବନ । ସର୍ବାଧିକ TPCODL ଅଞ୍ଚଳରେ ୪୮ ଜଣଙ୍କ ଜୀବନ ଯାଇଛି । ସେହିପରି TPNODL ଏବଂ TPWODL ରେ ୨୭ ଜଣଙ୍କ ର ଜୀବନ ଯାଇଛି । ଏବଂ TPSODL ରେ ୭ ଜଣଙ୍କ ଜୀବନ ଯାଇଛି । ସେହିଭଳି ବିଗତ ୧୦ ବର୍ଷରେ ୧୬୨୪ ଜଣ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଘରୋଇ ଜମି ଉପର ଦେଇ ଯାଇଥିବା ଓଭରହେଡ୍ ବିଦ୍ୟୁତ୍ ଲାଇନ (୩୩ କେଭି) ଏବଂ ଘରୋଇ ଜମିରେ ନିର୍ମିତ ବିଦ୍ୟୁତ୍ ଖୁଣ୍ଟ ପାଇଁ କ୍ଷତିଗ୍ରସ୍ତ ଜମି ମାଲିକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥାଏ । OERCଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଜୁନ୍‌ରୁ TPCODL, ୨୦୨୧ ଜାନୁଆରିଠାରୁ TPSODL ଓ TPWODL ଏବଂ ତା ୨୦୨୧ ଏପ୍ରିଲ ମାସରୁ TPNODL ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଛନ୍ତି । 


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Sponsored
Assembly Session | 110 Lives Lost in 14 Months Due to Electric Shocks | Argus News | Argus News