Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସବୁ ଗାଁକୁ ବିଜୁଳି ସଂଯୋଗ ଥିଲା ମିଛ ପ୍ରଚାର

Odisha

ସବୁ ଗାଁକୁ ବିଜୁଳି ସଂଯୋଗ ଥିଲା ମିଛ ପ୍ରଚାର

Rashmita Mishra
Browse all articles by Rashmita Mishra
·1 year ago·2 min read
ସବୁ ଗାଁକୁ ବିଜୁଳି ସଂଯୋଗ ଥିଲା ମିଛ ପ୍ରଚାର

ଅର୍ଗସ ବ୍ୟୁରୋ: ସବୁ ଗାଁ କୁ ବିଜୁଳି ସଂଯୋଗ  ନେଇ ବିଧାନସଭା ପ୍ରଶ୍ନକାଳରେ ସରଗରମ ଆଲୋଚନା । ବିରୋଧୀ ବିଜେଡି  ବିଧାୟକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ  ନିଜ ମିଛ ଜାଲରେ ପଡିଥିଲେ ଘସିପୁରା ବିଧାୟକ... କହିଲେ ନିଜ ନିର୍ବାଚନ ମଣ୍ଡଳୀର କିଛି ଆଦିବାସୀ ଗାଁକୁ ଯାଇନି ବିଜୁଳି ।

ବଦ୍ରି ପାତ୍ର ପୂର୍ବ ସରକାରରେ ମନ୍ତ୍ରୀ ଥିଲେ ପ୍ରଭାବଶାଳୀ ନେତା.. ତେବେ ପ୍ରଶ୍ନ 24 ବର୍ଷ ତାଙ୍କ ସରକାର ଶାସନ କଲା ପରେ ବି କାହିଁକି ନିଜ ଅଞ୍ଚଳର ଆଦିବାସୀ ଲୋକ ଏବେ ବି ଅନ୍ଧାରରେ । ଘସିପୁରା ଶାମୁକାନେଣ୍ତି ପଞ୍ଚାୟତର ନଟିଆ ଗାଁର ଏ ଚିତ୍ର ଦେଖନ୍ତୁ ।ବିଜୁଳି ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଛନ୍ତି ପ୍ରାୟ 125 ପରିବାର କେବଳ ଏ ଗୋଟିଏ ଗାଁ ନୁହେଁ, ବରଗୋଠ, ଝାଟିଆ,, ବାଇପୁର, ପଠାଣ ଡାହିରେ ବି ନାହିଁ ବିଜୁଳି.. କାହିଁକି ବିଜୁଳି ଆସିନି ପ୍ରଶ୍ନରେ ଶୁଣନ୍ତୁ କଣ କହୁଛନ୍ତି ବର୍ଷ ବର୍ଷ ଧରି ବିଜୁଳି ପାଇଁ ଅପେକ୍ଷା କରିଥିବା ଲୋକେ

ଏପଟେ ବିଧାନସଭାରେ ପୂର୍ବ ସରକାର ପୋଲ ଖୋଲିଥିଲେ ଶକ୍ତି ମନ୍ତ୍ରୀ । କହିଥିଲେ ଅନେକ ରାଜସ୍ୱ ଗାଁ କୁ ବିଦ୍ୟୁତ ପହଁଚି ନଥିବା କାରଣ ପାଇଁ ପୂର୍ବ ସରକାର ହିଁ ଦାୟୀ । ଏମିତି କି ଜିଲ୍ଲା ସ୍ତରରେ ଥିବା କମିଟିର ବୈଠକ କେବେ ଡ଼କା ଯାଇନଥିବା କହି ତତ୍କାଳୀନ ସରକାରକୁ କାଠ ଗଡାକୁ ଟାଣିଥିଲେ ମନ୍ତ୍ରୀ ... 2019 ମାର୍ଚ୍ଚ 31 ଭିତରେ ରାଜ୍ୟର ସବୁ ଗାଁରେ ବିଜୁଳି ପହଁଞ୍ଚିଯାଇଛି  ବୋଲି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲେ ନବୀନ ସରକାର... କିନ୍ତୁ ନିଜ ସରକାରର ମିଛକୁ ବିଧାନସଭାରେ ଖୋଲିଥିଲେ ନିଜ ଦଳର ବରିଷ୍ଠ ବିଧାୟକ.. ତେବେ ଶକ୍ତି ମନ୍ତ୍ରୀ କହିଛନ୍ତି ମନ୍ତ୍ରୀ  ମାର୍ଚ୍ଚ 2025 ସୁଦ୍ଧା ସବୁ ରାଜସ୍ଵ ଗାଁ କୁ ବିଦ୍ୟୁତ୍ ସଂଯୋଗ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଘସିପୁରାର କିଛି ଗାଁ ନୁହେଁ କୋରାପୁଟର ଉପାନ୍ତ ନାରୟଣପାଟଣାର  ବିଜାଘାଟି ନିକଟ ଡୁମରୀପଦର ସମେତ ତେନୁଳିପଦର ପଞ୍ଚାୟତର ପିଣ୍ଡାମାଳି, ଟାଙ୍ଗିଣିପଦର, କମଳାପଦର, ମାଝିଆମ୍ଭ, ତଳ ରଙ୍ଗପାଣି ସମେତ 10 ଗାଁରେ ବିଜୁଳି ନାହିଁ .. ସେହପିର ବିଜାଘାଟି ପଞ୍ଚାୟତର ତୁର୍ଲୀ, ଆମ୍ବଗୁଡା, ରଙ୍ଗଝଡି ସମେତ 6 ଗାଁରେ ବି ବିଜୁଳି ନାହିଁ... ଆଜି କୋରାପୁଟ ଓ ମାଲକାନାଗିରରି ଉପାନ୍ତ ଗାଁରେ ବିଜୁଳି ଦୁଖର କଥା ଉଠାଇ ବିଜେଡି ସରକାରକୁ ଘେରିଥିଲେ କଂଗ୍ରେସ ବିଧାୟକ ତାରା ବାହିନି ପତି ।

ଓଡିଶାକୁ ସୌଭାଗ୍ୟ ଯୋଜନାରେ  ଆସିଛି 323 କୋଟି.. 2017ରୁ 2019 ମଧ୍ୟରେ 24 ଲକ୍ଷ  52 ହଜାର 444 ପରିବାରକୁ ସୌଭାଗ୍ୟରେ ବିଜୁଳି ଯାଇଥିବା ରିପୋର୍ଟ ପହଁଞ୍ଚିଛି କେନ୍ଦ୍ର ସରକାରଙ୍କ ପାଖରେ..  ବିଧାନସଭାରେ  ପୂର୍ବ ଶକ୍ତି  ମନ୍ତ୍ରୀ ଦେଇଥିବା ଉତ୍ତର କହୁଛି ସମଗ୍ର ରାଜ୍ୟର ୧୩ ହଜାର ୪୦୦ଟି ପଡ଼ା ଗ୍ରାମରେ ଏବେ ବି ବିଦ୍ୟୁତ ସେବା ପହଞ୍ଚିନି ।  ଅର୍ଥାତ  ପଡା ଗାଁକୁ ଛାଡି ସବୁ ରାଜସ୍ବ ଗାଁକୁ ବିଜୁଳି ଯାଇଛି...  ଯଦି ସବୁ ରାଜସ୍ବଗାଁରେ ବିଜୁଳି ଅଛି ତେବେ ବଦ୍ରି ନାରାୟଣ ପାତ୍ର ନିଜ ଅଞ୍ଚଳରେ କେମିତି ପହଁଞ୍ଚିଲା ନି ବିଜୁଳି... ଚର୍ଚ୍ଚା ୨୪ ବର୍ଷର ସରକାର ପ୍ରଚାର ବେଶି କାମ କମ କରୁଥିବାରୁ  ରାଜ୍ୟର ପ୍ରତି ଗାଁ କୁ କାଗଜ କଲମରେ ବିଜୁଳି ଯାଇଛି.. ଏବେ ନୂଆ ସରକାର ମାର୍ଚ୍ଚ 25 ଭିତରେ ସବୁ ରାଜସ୍ବ ଗାଁକୁ ବିଜୁଳି ଦେଇ ପାରୁଛି ନା ନାହିଁ ତା ଉପରେ ନଜର ।


 

Sponsored
Electricity connection to all the villages was a lie | Argus News