ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଟିପିସିଓଡ଼ିଏଲ ବିଦ୍ୟୁତ ଡିଭିଜନ ଅଫିସକୁ ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ଆଜି ଘେରାଉ କରିଥିଲା ବିଦ୍ୟୁତ କ୍ରିୟା ନୁଷ୍ଠାନ କମିଟି। ସୂଚନା ମୁତାବକ ବିଦ୍ୟୁତ ବିଭାଗ ବିଭିନ୍ନ ଆଳ ଦେଖାଇ ବର୍ଷତମାମ ମନ ଇଚ୍ଛା ବିଦ୍ୟୁତ କାଟ କରୁଥିବା ବେଳେ, ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ।
ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତେବେ ଗତ ୨ ଦିନ ହେବ ଗ୍ରୀଡ଼ ନିକଟରେ ହାତୀ ଥିବା କହି , ବିଦ୍ୟୁତ କାଟ କରିଛି ବିଦ୍ୟୁତ ବିଭାଗ। ଯାହାକୁ ନେଇ ଅଞ୍ଚଳବାସୀ ନାନାଦି ଅସୁବିଧାର ସମ୍ମୁଖୀନ ହେବା ସହ ଅନେକ କ୍ଷତି ସହିଛନ୍ତି। ତେବେ ଏ ନେଇ ଆଜି ବିଦ୍ୟୁତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପରଜଙ୍ଗ କାର୍ଯ୍ୟଳୟ ଘେରାଉ କରିଥିଲେ। ଯଦି ଏ ନେଇ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ସନ୍ତୋଷ ଜନକ ପ୍ରତିଶ୍ରୁତି ନ ମିଳିବ। ତେବେ ଆସନ୍ତା କାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାଇ ଦେଇଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ।