Videos
|
Odisha

ବିଦ୍ୟୁତ୍‌ ନେଲା ଦନ୍ତାହାତୀର ଜୀବନ...

Banajyotshna Ray
Browse all articles by Banajyotshna Ray
·1 year ago
ବିଦ୍ୟୁତ୍‌ ନେଲା ଦନ୍ତାହାତୀର ଜୀବନ...

ଦେବଗଡ:  ବିଦ୍ୟୁତ ତାର ନେଲା ଦନ୍ତାର ଜୀବନ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତାହାତୀର ଜୀବନ । ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ । ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଗରିଆପାଲି ଗାଁ ନିକଟରେ ଦନ୍ତାହାତୀର ମୃତ୍ୟୁ ଘଟିଛି । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଦେହରେ ଲାଗିଥିବା ବିଦ୍ୟୁତ ତାର ହଟାଇଛନ୍ତି । ଏହାସହ ତଦନ୍ତ ଜାରି ରଖିଛନ୍ତି। ସ୍ଥାନୀୟ ଲୋକେହାତୀ ମରିପଡିଥିବା ଦେଖି ବନବିଭାଗକୁ ସୂଚନା ଦେଇଥିଲେ।  


ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ବନବିଭାଗ ଟିମ ପହଞ୍ଚିଥିଲେ। ଗତ କିଛି ଦିନ ହେବ ଗରିଆପାଲି ଗାଁ ନିକଟରେ ହାତୀପଲ ଫସଲ ନଷ୍ଟ କରୁଥିଲେ। ଗତକାଲି ଖାଦ୍ୟ ଅନ୍ୱେଷଣରେ ଯାଇ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତାର ଜୀବନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Electricity took the died of an elephant | Argus News