Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟରେ ବଢିଛି ହାତୀ ଉପଦ୍ରବ; ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 

Odisha

ରାଜ୍ୟରେ ବଢିଛି ହାତୀ ଉପଦ୍ରବ; ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 

Smruti Parija
Browse all articles by Smruti Parija
·1 year ago·1 min read
ରାଜ୍ୟରେ ବଢିଛି ହାତୀ ଉପଦ୍ରବ; ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 

ଭୁବନେଶ୍ୱର: ରାଜ୍ୟରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ଗୃହରେ ତଥ୍ୟ ରଖିଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଗତ ତିନି ବର୍ଷରେ ହାତୀ ନେଇଛି ୬୬୮ ଜୀବନ। ହାତୀ ଆକ୍ରମଣରେ ୫୦୯ ଜଣ ଆହତ ହୋଇଛନ୍ତି । 

ରାଜ୍ୟରେ ବଢିଛି ହାତୀ ଉପଦ୍ରବ । ଗତ ଜୁଲାଇ ୧ ତାରିଖରୁ ନଭେମ୍ବର ୨୦ ତାରିଖ ଭିତରେ ରାଜ୍ୟରେ ୪୦ରୁ ଅଧିକ ହାତୀ ଆଖି ବୁଜିଥିବାବେଳେ, ୫ଟି କଲରାପତରିଆ, ଆଉ ୨୦୦ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେଇଛି ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ । ରାଜ୍ୟରେ ହାତୀ ଓ କଲରାପତରିଆ ବାଘ ମୃତ୍ୟୁ ସମ୍ପର୍କରେ ବିଭାଗୀୟ ତଦନ୍ତ ଚାଲିଛି । 

ହାତୀ ମୃତ୍ୟୁ ମାମଲାରେ ଏପର୍ୟ୍ୟନ୍ତ ୨୬ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୨ ଜଣ ଫରେଷ୍ଟ ଗାର୍ଡ ଆଉ ଜଣେ ଫରେଷ୍ଟରଙ୍କୁ କାମରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦିଆଯାଇଛି । ସେପଟେ କଲରାପତରିଆ ବାଘ ମାମଲାରେ ୧୪ ଜଣ ଲୋକଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant abuse have increased in state said environment & forest minister | Argus News