ସରସ୍ୱତୀ ପୂଜା ଦେଖିବାକୁ ଯାଉଥିଲେ, ଦଳିଦେଲା ଦନ୍ତା

Key Points
ସରସ୍ୱତୀ ପୂଜାରେ ବଡ ଅଘଟଣ
ବାଲେଶ୍ୱର: ସରସ୍ୱତୀ ପୂଜାରେ ବଡ ଅଘଟଣ । ପୂଜା ଦେଖିବାକୁ ଆସିଥିବାବେଳେ ମହିଳାଙ୍କୁ ପାଦରେ ଦଳିଦେଲା ଦନ୍ତା । ବାଲେଶ୍ୱରରେ ରେମୁଣା ଉଦୟପୁର ଗ୍ରାମର ଅଣ୍ଣପୂର୍ଣ୍ଣା ଦେ ପୂଜା ଦେଖି ଫେରୁଥିବାବେଳେ ହାତିଆଗଣ୍ଡ ନିକଟରେ ଦନ୍ତା ହାତୀ ପାଦ ତଳେ ଦଳି ଦେଇଥିବା ସୂଚନା ରହିଛି । ଗୁରୁତର ଅବସ୍ଥାରେ ଉଦ୍ଧାରକରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।
ସେହିପରି ସ୍କୁଲକୁ ପୂଜା ପାଇଁ ଯାଉଥିବା ବେଳେ ସୁବର୍ଣ୍ଣପୁର ମେଟାକାନି ଛକରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା ସେମାନଙ୍କ ବାଇକ। । ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ର ଜଣକ ହେଲେ ଦଶମ ଶ୍ରେଣୀର କ୍ରିସ୍ ମହାକୁର । ଅନ୍ୟ ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
📱 Get Argus News App
✨ଅନ୍ୟପଟେ କୋରାପୁଟ ଜିଲ୍ଲାରୁ ଆଉ ଏକ ହୃଦୟ ବିଦାରକ ଘଟଣା ବି ସାମ୍ନାକୁ ଆସିଛି । ଜଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ଓଲଟି ବୁଡ଼ିଗଲେ ୩ ଜଣ ନାବାଳକ । ତେବେ ସୌଭାଗ୍ୟବଶତଃ ଜଣେ ପହଁରି କୂଳକୁ ଫେରି ଆସିଛି । ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି ।
ତିନି ଜଣ ନାବାଳକ ରିଲ୍ସ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଡ଼ଙ୍ଗାକୁ ନେଇ ମଝିକୁ ଚାଲିଯାଇଥିଲେ । ସେଠାରେ କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡି ଯାଇଥିଲା । ଜଣେ ନାବାଳକ ପହଁରି କୂଳକୁ ଆସିଥିବା ବେଳେ ଦୁଇ ନାବାଳକ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ନାବାଳକଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି ।