ଆଠଗଡ଼ ବନଖଣ୍ଡରେ ପ୍ରଥମ ଥର ପାଇଁ ଡ୍ରୋନ କ୍ୟାମେରା ମାଧ୍ୟମରେ ହାତୀଗଣନା

ଅର୍ଗସ ବ୍ୟୁରୋ: ଡ୍ରୋନ୍ ଗଣୁଛି ହାତୀ । ଆଠଗଡ଼ ବନଖଣ୍ଡରେ ପ୍ରଥମ ଥର ପାଇଁ ଡ୍ରୋନ କ୍ୟାମେରା ମାଧ୍ୟମରେ ହାତୀଗଣନା । ବନବିଭାଗ ପକ୍ଷରୁ ଗତକାଲିଠୁ ଆଠଗଡ଼ ବନାଞ୍ଚଳ ଓ ବଡମ୍ବା ବନାଞ୍ଚଳରେ ଆରମ୍ଭ ହୋଇଛି ପ୍ରକ୍ରିୟା । ବଡମ୍ବା ନରସିଂହପୁର ରେଞ୍ଜରେ ଗତବର୍ଷ ସମୁଦାୟ ୭୦ ଟି ହାତୀ ରହିଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସମୁଦାୟ ୪୫ଟି ହାତୀ ଗଣନା ହୋଇଛି । ହାତୀ ଗଣତି ପାଇଁ ବଡମ୍ବା ରେଞ୍ଜରରେ 12 ଟି ମଞ୍ଚା ଏବଂ ନରସିଂହପୁରର ଦୁଇଟି ରେଞ୍ଜ ରେ 17ଟି ମଞ୍ଚା କରାଯାଇ ହାତୀର ଗତିବିଧି ଉପରେ ନଜର ରଖାଯାଇଛି। ସେହିପରି ବଡମ୍ବା ରେଞ୍ଜରେ 15 ୟୁନିଟ୍ ଓ ନରସିଂହପୁରରେ 26 ଟି ୟୁନିଟ ହୋଇଛି । ପ୍ରତି ୟୁନିଟରେ 3 ଜଣ ଷ୍ଟାଫ ନିୟୋଜିତ ରହିଛନ୍ତି । ବଡମ୍ବା ରେଞ୍ଜରେ 26ଟି ହାତୀ ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ବେଳେ ବଡମ୍ବା ଯୋଡୁମୁ, କଣ୍ଟାପଡ଼ା, ଭଟ୍ଟାରିକା ଅଞ୍ଚଳରେ ହାତୀ ନଥିବା ଜଣାପଡିଛି । ଏବେ ପର୍ଯ୍ୟନ୍ତ ନରସିଂହପୁର ରେଞ୍ଜ ରେ 45 ଟି ହାତୀ ଥିବା ଗଣତି ହୋଇଛି । ସେହିପରି ନରସିଂହପୁର ରେଞ୍ଜର ବୋକଡା ଓ ଏକଡାଳରେ ହାତୀ ନଥିବା ନରସିଂହପୁର ଇଷ୍ଟ ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।