Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୋଲାର ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

Odisha

ସୋଲାର ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

Rashmita Mishra
Browse all articles by Rashmita Mishra
·11 months ago·1 min read
ସୋଲାର ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

Key Points

ଅନୁଗୁଳରେ ପୁଣି ହାତୀ ମୃତ୍ୟୁ
ସୋଲାର ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
ବନ୍ତଳା ରେଞ୍ଜ ତଳସିରାରେ ଅଘଟଣ
ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା

ଅନୁଗୁଳରେ ପୁଣି ହାତୀ ମୃତ୍ୟୁ । ବିଦ୍ୟୁତ ଆଘାତରେ ଦନ୍ତାହାତୀର ମୃତ୍ୟୁ । ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ତଳଶିରା ଗାଁରେ ଦନ୍ତାହାତୀର ମୃତ୍ୟୁ । ଆମ୍ବ ଖାଇବାକୁ ଆମ୍ବ ବଗିଚା ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟ ହୋଇଛି । ବଗିଚାର ସୁରକ୍ଷା ପାଇଁ ବନ୍ଧା ଯାଇଥିବା ସୋଲାର ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ଆମ୍ବ ବଗିଚାକୁ ସୁରକ୍ଷା ଦେବାକୁ ମାଲିକ ବିଦ୍ୟୁତ ତାର ବିଛାଇଥିବା ବେଳେ ଦନ୍ତାର ମୃତ୍ୟୁ ହୋଇଛି । ବଗିଚା ମାଲିକକୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ ।

ସେପଟେ ଦନ୍ତା ଆକ୍ରମଣରେ ଜଣେ ମୃତ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଗାଁରେ ଘଟିଛି ଘଟଣା । ମୃତକ ହେଲେ କଣଲୋଇ ଭଗମୁଣ୍ଡା ଗାଁର ପ୍ରସନ୍ନ ନାଏକ । ଘରପାଖ ଆମ୍ବ ଗଛରୁ ଆମ୍ବ ଗୋଟାଉ ଥିବା ବେଳେ କଚାଡି ମାରିଛି ଦନ୍ତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant-dies-after-being-exposed-to-solar-power | Argus News