ବିଦ୍ୟୁତ ଆଘାତରେ ହାତୀ ମୃତ

ଅର୍ଗସ ବ୍ୟୁରୋ:ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜରେ ଏକ ହାତୀର ମୃତ୍ୟୁ ହୋଇଛି l ସୂଚନା ମୁତାବକ,ଉକ୍ତ ରେଞ୍ଜ ତଥା ବେତନଟୀ ବ୍ଲକ ଅଧୀନ ବଡାମପୁର ସେକ୍ସନରେ କିଛି ଦିନ ହେବ ୬ ଟିକିଆ ଶିମିଳିପାଳ ହାତୀପଲ ଥିବା ବେଳେ ଉକ୍ତ ସେକ୍ସନ ଅଧୀନ ଜାମଶୋଳି ନିକଟ ରେ କିଛି ଜଣ ଚାଷୀ ମାନେ ଗାଁ ରେ ଏକ ବୈଠକ କରି ଧାନ ବିଲ ଚାରିପଟେ ବିଦ୍ୟୁତ ତାର ଲଗାଇଥିଲେ । ପାଖାପାଖି ଗୋଟିଏ କିମି ପର୍ଯ୍ୟନ୍ତ ଜିଆଇ ତାର ରେ ବିଦ୍ୟୁତ ସଂଯୋଗ କରିଥିଲେ । ତେବେ ବିଳମ୍ବିତ ରାତିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ହାତୀ ର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫ ବର୍ଷ ରୁ ଅଧିକ ହେବ ଏବଂ ହାତୀର ମୃତ୍ୟୁ ବିଦ୍ୟୁତ ଆଘାତରେ ହେବା ପରେ ବନବିଭାଗ ଖବର ପାଇ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଡି ଫ ଓ ଆମାଜୁରେ ଉମା ମହେଶ , ଏସିଏଫ ରବିନାରାୟଣ ମହାନ୍ତି, ବେତନଟୀ ରେଞ୍ଜର ଅନଉଆର ଖାଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବାରମ୍ବାର ଉକ୍ତ ଅଞ୍ଚଳକୁ ହାତୀ ପ୍ରବେଶ କରୁଥିବା ରୁ ବିଦ୍ୟୁତ ତାର ସଂଯୋଗ କରିବା କଥା ପୂର୍ବରୁ ବିଦ୍ୟୁତ ବିଭାଗ ଓ ବନବିଭାଗ କିପରି ଖବର ପାଇନଥିଲା ବୋଲି ଉଠିଛି ପ୍ରଶ୍ନ । ପ୍ରତ୍ୟେକ ପଞ୍ଚାୟତ ରେ ଗଜସାଥି ମୁତୟନ ଥିବା ସହିତ ବିଦ୍ୟୁତ ବିଭାଗର ଲାଇନମେନ ପ୍ରତ୍ୟେକ ଗାଁ କୁ ଗାଁ ଯାଉଥିବା ବେଳେ କିପରି ଜାଣି ପାରିଲେ ନାହଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ ।