ଗାଁରେ ବୁଲୁଛି ହାତୀ: ଲୋକେ ଆତଙ୍କିତ
·1 year ago·1 min read

Key Points
ଗାଁରେ ବୁଲୁଛି ଗୋଠ ଛଡା ଦନ୍ତା ହାତୀ
କୋଇଡା ବନାଞ୍ଚଳ ନିକଟ କୁସୂମୁଣ୍ଡି ଗାଁରେ ବୁଲୁଛି ଏହି ଦନ୍ତା
ଦନ୍ତା ହାତୀଟି ବିଗତ ତିନି ବର୍ଷରେ ୨୦ ରୁ ଅଧିକ ଜୀବନ ନେଇଥିବା ବେଳେ ୧୦୦ ରୁ ଅଧିକ ଘର ଭାଙ୍ଗିଛି
ଗାଁରେ ବୁଲୁଛି ଗୋଠ ଛଡା ଦନ୍ତା ହାତୀ ଲୋକେ ଆତଙ୍କିତ ଓ ଭୟବିତ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳ ନିକଟ କୁସୂମୁଣ୍ଡି ଗାଁରେ ବୁଲୁଛି ରେଡ଼ିଓ କୁଲାର ଲାଗିଥିବା ଦନ୍ତା ହାତୀ । ହାତୀ ଭୟରେ ଲୋକେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇଥିବା ବେଳେ ହାତୀକୁ ଘଉଡ଼ାଇବା ପାଇଁ ନା ଆସୁଛି ବନ ବିଭାଗ ନା ଆସୁଛନ୍ତି ହାତୀ ସ୍କ୍ୱାର୍ଡ। ଏଇ ଗୋଠ ଛଡା ଦନ୍ତା ହାତୀଟି ବିଗତ ତିନି ବର୍ଷରେ ୨୦ ରୁ ଅଧିକ ଜୀବନ ନେଇଥିବା ବେଳେ ୧୦୦ ରୁ ଅଧିକ ଘର ଭାଙ୍ଗିଛି।
ଏହାକୁ ଆଖି ଆଗରେ ରଖି ଵନ ବିଭାଗ ଗୋଟିଏ ବର୍ଷ ପୂର୍ବରୁ ହାତୀକୁ ଟ୍ରାଙ୍କୁଲାଇଜ୍ କରି ହାତୀ ଶରୀରରେ ରେଡ଼ିଓକୁଲାର୍ ଲଗାଇଥିଲେ ସୁଦ୍ଧା କିପରି ବନ ବିଭାଗ ହାତୀର ଗତିବିଧି ଜାଣି ପାରୁନି ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: