Videos
|
Odisha

ଘରେ ପଶିଲା ହାତୀ: ଗ୍ରିଲ ଭାଙ୍ଗି ଖାଇଲା ଧାନ

Ritu Das
Browse all articles by Ritu Das
·1 year ago
ଘରେ ପଶିଲା ହାତୀ: ଗ୍ରିଲ ଭାଙ୍ଗି ଖାଇଲା ଧାନ

ନୀଳଗିରିରେ ପୁଣି ହାତୀ ଆତଙ୍କ। ଦୁଆର ମୁହଁରେ ରାତି ତମାମ ଜଗିଲା ହାତୀ। ଯାହାର ଭିଜୁଆଲ ଅର୍ଗସରେ ହସ୍ତଗତ ହୋଇଛି। ଭୟରେ ରାତି କାଟିଲେ ଲୋକେ। ଗ୍ରିଲ ଭାଙ୍ଗି ହାତୀଟି ଖାଇଗଲା ଧାନ। କୁଲଡିହା ବନବିଭାଗ ଅଧୀନସ୍ଥ ରାଇପୁର ଗ୍ରାମର ବନମାଳି ବିଶ୍ବାଳ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଉକ୍ତ ହାତୀଟି ପଶିଥିଲା।


ବହୁ ଭାଙ୍ଗାରୁଜା ସହ ଭୟରେ ପରିବାର ଲୋକେ ରାତି କାଟିଥିବା ଦେଖିବାକୁ ମିଳିଛି। ଲୁହା ଗ୍ରିଲ ଭାଙ୍ଗି ଘରଭିତରକୁ ହାତୀ ପଶିବାକୁ ଉଦ୍ୟମ କରିଥିବା ବେଳେ ଅଳ୍ପକେ ଘରଲୋକେ ବର୍ତ୍ତିଥିବା ଦେଖିବାକୁ ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: