Elephant Attack / ହାତୀକୁ ଖାଇବାରେ ବୋମା ଦେଲା ମଣିଷ

Key Points
ହଇରେ ମଣିଷ... ମୁଁ ତୋର କି କ୍ଷତି କରିଥିଲି ? ମୋର ଏମିତି ଅବସ୍ଥା ତୁ କଣ ପାଇଁ କଲୁ ? ଭୋକ ସମ୍ଭାଳିପାରିଲିନି ବୋଲି, ତୁ ଦେଇଥିବା ଖାଇବା ଖାଇଦେଲି । ହେଲେ ସେଇ ଖାଇବାରେ ତୁ ମୋତେ ବୋମା ପସେଇ ଖାଇବାକୁ ଦେଲୁ । ମୋ ମୁହଁରେ ବୋମା ଫୁଟି ଗଲା, ମୋ ଜିଭ ଛିଣ୍ଡି ବାହାରକୁ ବାହାରି ଆସିଲା । ତୁ ସିନା ମଣିଷ, ତୋ ଦେହ ଖରାପ ହେଲେ ତୁ ଡାକ୍ତରଖାନାକୁ ଯାଇପାରିବୁ। କିନ୍ତୁ ମୁଁ ଏବେ କଣ କରିବି ? ତୁମୋର ଯେମିତି ଅବସ୍ଥା କରିଛୁ ମୋତେ ଭାରି କଷ୍ଟ ହଉଛି ରେ। ମୋତେ ଯମ ଯନ୍ତ୍ରଣା ଦେଇ ଦେଇଛୁ ତୁ। ଚଣ୍ଡାଳ ତତେ ଧର୍ମ ସହିବନିରେ ତରେ ଧର୍ମ ସହିବନି ।
ଏଇ ନିରୀହ ହାତୀ ଟିର ଯଦି ମୁହଁ ଖୋଲି ପାରୁଥାନ୍ତା ତାହାଲେ ସେ ନିଶ୍ଚିତ ଏମିତି କିଛି କହିଥାନ୍ତା । କିନ୍ତୁ ଏ ପରା ହାତୀ ଏ କିଛି କହି ପାରେନି । ସେଥିପାଇଁ ଜଙ୍ଗଲ ଭିତରେ ଦଉଡ଼ି ଦଉଡ଼ି ଚିତ୍କାର କରିଛି । ଚିତ୍କାର କରି କହିଯାଉଛି ତାକୁ କେତେ କଷ୍ଟ ହେଉଛି ।
ସୂଚନାନୁଯାୟୀ ହାତୀର ଜିଭ ଚିଣ୍ଡି ବାହାରକୁ ଚାଲି ଆସିଛି । ହାତୀ ମୁହଁରେ ବୋମା ଫୁଟି ଯାଇଛି। ଏ କଷ୍ଟ ଏ ଯନ୍ତ୍ରଣା କେବଳ ସେ ହିଁ ବୁଝିପାରୁ ଥିବ ଯାହା ଉପରେ ବିତିଯାଇଛି । ଏମିତି କିଛି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟି ରେଞ୍ଜରେ ।
କେହି ଜଣେ ଦୁର୍ବୃତ୍ତ ହାତୀକୁ ଖାଦ୍ୟ ଭିତରେ ବୋମା ଦେଇ ଦେଇଛି। ଆଉ ଖାଦ୍ୟ ଭିତରେ ଥିବା ବୋମା ଖାଇ ଦେବାରୁ ହାତୀର ମୁହଁ ଭିତରେ ବୋମା ଫୁଟି ଯାଇଛି । ଗାଁ ଲୋକେ ମାଇ ହାତୀକୁ ଏମିତ ଅବସ୍ଥାରେ ଦେଖି ବନବିଭାକୁ ଜଣାଇଥିଲେ । ଏହା ପରେ ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ଶିମିଳିପାଳ ଅଭୟାରଣ୍ୟର ତାରବନ୍ଧ ରେଞ୍ଜ କାର୍ଯ୍ୟାଳୟକୁ କ୍ରେନ୍ ସାହାଯ୍ୟରେ ଅଣାଯାଥିଲା ।
ହାତୀର ଜିଭ ଏକ ତୃତୀୟାଂସ ଛିଡ଼ି ଯାଇଛି। ଅଧିକ ସଂକ୍ରମଣ ହୋଇଥିବାରୁ ହାତୀଟିର ଅବସ୍ଥା ସଙ୍କଟାପନ୍ନ ରହିଛି । ଏଭଳି ନୃଶଂସ କାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କୁ ହତ୍ୟା ଭଳି ଆଇନରେ ଦଣ୍ଡିତ କରାଯିବା ଉଚିତ ବୋଲି ପ୍ରାଣୀ ପ୍ରେମୀ ଦାବି କରିଛନ୍ତି ।
ଅନ୍ୟପଟେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନସଂରକ୍ଷକ ଏହି ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି । ଯଦି ପ୍ରମାଣ ମିଳେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories