Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଛୁଆ ହାତୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଛୁଆ ହାତୀ

ଅର୍ଗସ ବ୍ୟୁରୋ:  ନନ୍ଦନକାନନରେ ହାତୀ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ହାତୀ ମୃତ୍ୟୁ ନେଇ ନନ୍ଦନକାନନ ପକ୍ଷରୁ ସୂଚନା । ଗତ 6 ତାରିଖରେ କରଞ୍ଜିଆ ବନଖଣ୍ଡ ଅଂଚଳରୁ ହାତୀକୁ ଉଦ୍ଧାର କରାଯାଇଥିଲା । ହାତୀର ମେରୁଦଣ୍ଡରେ ଆଘାତ ଲାଗିଥିବା ବେଳେ ଅସୁସ୍ଥ ଥିଲା ହାତୀ । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇ ହାତୀର ଚିକିତ୍ସା କରାଯାଉଥିଲା । କିନ୍ତୁ ହାତୀର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିଲା । ଆଜି ସକାଳୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବନ ବିଭାଗ ।


କହିରଖୁଛୁ ଗତ ୬ ତାରିଖରେ କରଞ୍ଜିଆରୁ ଉଦ୍ଧାର ହୋଇଥିଲା ହାତୀ ଛୁଆ । ଖାଦାନରେ ପଡ଼ିଯିବା ଫଳରେ ତା’ର ଅଣ୍ଟାରେ ଆଘାତ ଲାଗିଥିଲ।। ନନ୍ଦନକାନରେ ଅଭିଜ୍ଞ ଡାକ୍ତର ଛୁଆ ହାତୀର ଚିକିତ୍ସା କରୁଥିଲୋ ସମୟ ସମୟରେ ତା’ର ସ୍ୱାସ୍ଥ୍ୟ ଯାଞ୍ଚ୍ ମଧ୍ୟ ଚାଲିଥିଲା । ଛୁଆ ହାତୀର ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିଛନ୍ତିା ଅଳ୍ପ ଦିନ ଭିତରେ ଛୁଆ ହାତୀ ସମସ୍ତଙ୍କ ପ୍ରିୟ ହୋଇଯାଇଥିଲ।।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
elephant loses dead while undergoing treatment in nandankanan | Argus News