Videos
|
Odisha

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ହାତୀ ଗୁରୁତର

Ritu Das
Browse all articles by Ritu Das
·1 year ago·1 min read
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ହାତୀ ଗୁରୁତର

Key Points

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ହାତୀ ଗୁରୁତର

ବଡ଼ ଲ୍ୟାଣ୍ଡମାଇନ୍ ଫୁଟିବା ଫଳରେ ହାତୀର ଗୋଟିଏ ଗୋଡ଼ରେ ଗୁରୁତର ଆଘାତ

ଭୟଭୀତ ଥିବାରୁ ହାତୀଟି ମାରିବାକୁ ଗୋଡ଼ାଉଛି

କାହାକୁ ପାଖକୁ ପଶେଇ ଦେଉନି

ସରଣ୍ଡା ଜଙ୍ଗଲର ତିରିଲପୋଷିର ଚେକ୍ ଡ୍ୟାମ୍ ନିକଟରେ ଆଉ ଏକ ଆହତ ହାତୀ ଦେଖିବାକୁ ମିଳିଛି ଏହି ହାତୀଟି ପୂର୍ବ ହାତୀଠୁ ଅପେକ୍ଷାକୃତ ବଡ଼ ଲ୍ୟାଣ୍ଡମାଇନ୍ ଫୁଟିବା ଫଳରେ ହାତୀର ଗୋଟିଏ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା କୁହାଯାଉଛି। ଉଲ୍ଲେଖଥାଉକି, ଏହି ହାତୀ ସହିତ ଏକ ବଡ଼ ଦନ୍ତାହାତୀ ରହିଛି। ଆଜି ସକାଳେ ଆହତ ହାତୀକୁ ଦେଖିବା ପରେ ସ୍ଥାନୀୟ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ । ଗ୍ରାମବାସୀ କହିଛନ୍ତି ଯେ ଯେତେବେଳେ ସେମାନେ ଏହି ହାତୀ ପାଖକୁ ଯାଉଛନ୍ତି, ସେତେବେଳେ ଦନ୍ତା ହାତୀଟି ଗ୍ରାମବାସୀଙ୍କୁ ମାରିବାକୁ ଗୋଡ଼ାଉଛି। ଫଳରେ ଆହତ ହାତୀକୁ ସହାୟତା କରିବାକୁ ଚାହୁଥିଲେ ମଧ୍ୟ କେହି ଯାଇ ପାରୁନାହାନ୍ତି।


ତେବେ ବନ କର୍ମଚାରୀ ଦନ୍ତାକୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଛନ୍ତି। ଗତ ମାସ ୨୭ ତାରିଖରେ ବାଙ୍କ ପଥର ଖଣିରୁ ୫ ଟନ ବିସ୍ଫୋରକ ଲୁଟ୍ ହୋଇଥିଲା ଏବେ ବି ୧ ଟନ୍ ବିସ୍ଫୋରକ ସାମଗ୍ରୀ ମିଳିନାହିଁ ଯାହାଫଳରେ ନକ୍ସଲ ମାନେ ବିସ୍ଫୋରଣ ପରେ ବିସ୍ଫୋରଣ କରିଚାଲିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
elephant-seriously-injured-in-landmine-explosion | Argus News