Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାତୀୟ ରାଜପଥରେ ଆତଙ୍କ ସୃଷ୍ଟି ହାତୀ

Banajyotshna Ray
Browse all articles by Banajyotshna Ray
·1 year ago
ଜାତୀୟ ରାଜପଥରେ ଆତଙ୍କ ସୃଷ୍ଟି ହାତୀ

ଢ଼େଙ୍କାନାଳ:  ଗୋଠ ଛଡ଼ା ହାତୀର ଆତଙ୍କ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମାଳପୁରା ଗାଁ ପାଖ ଏନ୍‌ଏଚ୍‌-୫୩ରେ ତାଣ୍ଡବ ରଚିଛି ଗୋଠ ଛଡା ଦନ୍ତା । ରାତି ତମାମ ହାତୀଟି ଜାତୀୟ ରାଜପଥରେ ରହି ଆତଙ୍କ ସୃଷ୍ଟି କରିଥିଲା । ପରେ ମାଳପୁରା ଗାଁ ଦେଇ ରାଙ୍କିଆ ଗାଁ ଆଡକୁ ପଳେଇ ଯାଇଥିଲା। ଗୋଠ ଛଡା ଦନ୍ତାଟି ପ୍ରଥମେ ଭୁବନ ରେଞ୍ଜ ଅଞ୍ଚଳରୁ କଙ୍କଡାହାଡ଼ ତିନିଘରିଆ ଅଞ୍ଚଳକୁ ପଳେଇ ଆସିଥିଲା । ପରେ ଢୋଲଖମଣ ଦେଇ ମାଳପୁରା ଏବଂ ନୂଆପାଣି ଗାଁରେ ଆତଙ୍କ ସୃଷ୍ଟି କରୁଛି । ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଯଥାଶୀଘ୍ର ହାତୀଙ୍କୁ ଘଉଡାଇବାକୁ କାର୍ଯ୍ୟ କରାଯାଉ ବୋଲି ଗ୍ରାମବାସୀଙ୍କ ଦାବି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elephants terror on national highway | Argus News