Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୭ରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା...

Smruti Parija
Browse all articles by Smruti Parija
·1 year ago·1 min read
୧୭ରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା...

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥିତି ଅସମ୍ଭାଳ ହୋଇଛି । ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀକୁ ଖସିଥିବା ସୂଚନା ମିଳିଥିବାବେଳେ ୧୦ ଡିଗ୍ରୀ ତଳେ ରହିଛି ୧୧ ସହରର ତାପମାତ୍ରା । ରବିବାର ରାତିରେ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ରାଉରକେଲା । କଳାହାଣ୍ଡି, କନ୍ଧମାଳରେ ମଧ୍ୟ ହାଡ଼ ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ । ରାଜ୍ୟରେ ଆହୁରି ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲଡ୍ ୱେଭ୍ ଚେତାବନୀ ଦେଇଛି ପାଣିପାଗ ବିଭାଗ । 

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।  କିନ୍ତୁ ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି । ୧୭ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ପାରଦ ବୃଦ୍ଧି ହୋଇପାରେ ।

ଗତ ୨୪ ଘଣ୍ଟାରେ ରାତ୍ରି ତାପମାତ୍ରା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ରାଉରକେଲା: ୫.୭ ଡିଗ୍ରୀ
  • ଫୁଲବାଣୀ: ୭ଡିଗ୍ରୀ
  • ଝାରସୁଗୁଡା: ୭.୧ଡିଗ୍ରୀ
  • ଦାରିଙ୍ଗବାଡି: ୭.୫ଡିଗ୍ରୀ
  • ଭବାନୀପାଟଣା: ୭.୮ଡିଗ୍ରୀ
  • ଅନୁଗୁଳ: ୮ଡିଗ୍ରୀ
  • କେନ୍ଦୁଝର: ୮.୮ଡିଗ୍ରୀ
  • ସୁନ୍ଦରଗଡ:୯ଡିଗ୍ରୀ
  • ଜଗତସିଂହପୁର: ୯.୫ଡିଗ୍ରୀ
  • ଢେଙ୍କାନାଳ:୯.୬ଡିଗ୍ରୀ
  • କୋରାପୁଟ: ୯.୬ଡିଗ୍ରୀ
  • ଭୁବନେଶ୍ୱର : ୧୦.୯ଡିଗ୍ରୀ

୧୭ରେ କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଏବଂ ରାୟଗଡ଼ାରେ ହାଲୁକା ବର୍ଷା ହୋଇପାରେ । ୧୮ରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ସମ୍ଭାବନା ରହିଛି । ୧୯ ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତିରେ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Sponsored
୧୭ରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା... | Argus News