Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

Banajyotshna Ray
Browse all articles by Banajyotshna Ray
·12 months ago·2 min read
ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

Key Points

ଅନ୍ଧାରରେ ୧୫ ଆଦିମ ଜନଜାତି ପରିବାର
ନାଁ ଅଛି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର, ନାଁ ଅଛି ବିଜୁଳି
ହାତୀ ଉପଦ୍ରବ ଯୋଗୁଁ ହେଉଛନ୍ତି ହିନସ୍ତା
ପ୍ରଶାସନ ଆଖିରେ ଅନ୍ଧପୁଟୁଳି
ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ରଇବୁ ଭକ୍ତାଙ୍କ ଦୁଇବର୍ଷ ତଳେ ନିଆଁରେ ଘର ପୋଡିଯାଇଥିଲା, ଘର ଖଣ୍ଡେ କରିବା ପାଇଁ ସମ୍ବଳ ନଥିବାରୁ ଜରିପାଲ ଟାଣି ରହୁଛନ୍ତି। ଆପତ୍ତି ଅଭିଯୋଗ କରି ଥକି ପଡିଲେଣି। ହେଲେ ଏଯାଏଁ ଘର ଖଣ୍ଡେ ମିଳିନି। ଆଜିବି ଏଇ ଝାଟିମାଟିର ଘରେ ରହୁଛନ୍ତି ପୁରା ଭକ୍ତା ପରିବାର। ଖାଲି ରଇବୁ କାହିଁକି ସାଲସାହିର ଜମ୍ଭୀରା କେନାଲ ଉପରେ।

ମୟୂରଭଞ୍ଜ ଫାନିଆ ପଞ୍ଚାୟତ ସାଲସାହିର ଜମ୍ଭୀରା କେନାଲ ଉପରେ ବସବାସ କରୁଥିବା ୧୫ ଆଦିମ ଜନଜାତି ପରିବାର।ଅନ୍ଧାରରେ ଭଙ୍ଗାଘରେ ଅଭିଅପ୍ତ ଜୀବନ ବିତାଉଛନ୍ତି ଏହି ଆଦିମ ଜନଜାତି । ନାଁ ଅଛି ବିଜୁଳି, ନାଁ ଅଛି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର। ସରକାରୀ ଯୋଜନାରୁ ବହୁଯୋଗ୍ୟ ହିତାଧୀକାରୀ ପଡୁଛନ୍ତି ବାଦ୍। ରାତି ସମୟରେ ଏହି ଦୁର୍ଗମଅଞ୍ଚଳର ଲୋକ କିଭଳି ଜୀବନ ଅତିବାହିତ କରୁଛନ୍ତି ତାର ସ୍ଥିତି ପରଖିବା ପାଇଁ ଆମ ପହଞ୍ଚିଥିଲୁ ଗାଁରେ। ସଧ୍ୟା ନଇଁବା ପେର ପୁରା ଗାଁ ହୋଇ ପଡିଥିଲା ଅନ୍ଧକାରମୟ। ଆଉ ଏହି ଅନ୍ଧାର ଭିତରେ ଛିଣ୍ଡା ଜରି ପାଲ ଘେରା ଘର ଭିତରେ ରହୁଛନ୍ତି ଗରିବ ହିତାଧିକାରୀ ପରିବାର। ଘର କହିଲେ ନା ଅଛି କାନ୍ଥ, ନା ଅଛି ଛାତ। ଘରର ଚିତ୍ର ଦେଖିଲେ ଆପଣଙ୍କ ହୃଦୟ ଆନ୍ଦଳିତ କରିବ।

ଗୋଟିଏ ପଟେ ପକ୍କା ଘର ଓ ବିଦ୍ୟୁତ ସମସ୍ୟା ଲୋକଙ୍କୁ କାଲୁବାଲୁ କରୁଥିବା ବେଳେ ହାତୀ ଉପଦ୍ରବ ଏହି ଅଞ୍ଚଳର ଅନ୍ୟ ଏକ ବଡ ସମସ୍ୟା। ଜଙ୍ଗଲ କଡ଼ରେ ରହୁଥିବା ଏହି ୧୫ ପରିବାର ହାତୀ ଉପଦ୍ରବ ପାଇଁ ବର୍ଷ ତମାମ ଚିନ୍ତିତ। ସଧ୍ୟା ନଇଁଲେ ଗୋଟେ ପଟେ ଜୀବନ ଅନ୍ଧାକାରମୟ ହୋଇ ପଡୁଥିବା ବେଳେ ହାତୀ ଚିନ୍ତା ରାତିରେ ସୁଆଇ ଦିଏନି।ଏଠି ଜୀବନର ଅନ୍ୟ ନାଁ ସମସ୍ୟା । ଘର , ରାସ୍ତ, ପାଣି, ବିଦ୍ୟୁତ ସମସ୍ୟା ଭିତରେ କଲବଲ ଆଦିମ ଜନଜାତି ପରିବାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
eligible-beneficiaries-deprived-of-government-schemes | Argus News