Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ବିଜେଡି ନେତାଙ୍କୁ ଚେତାବନୀ ଦେଲେ ଏଲିନା, ଢ଼ଗ ମାରି କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·3 min read
ବିଜେଡି ନେତାଙ୍କୁ ଚେତାବନୀ ଦେଲେ ଏଲିନା, ଢ଼ଗ ମାରି କହିଲେ...
BJD Elina Das

Key Points

'ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା' ।
'ବେଳ ଥାଉ ଥାଉ ଏକ ହୁଅ, ଏକତା ହିଁ ବଳ, ବିଭାଜନ ହିଁ ପତନ' ବୋଲି ଏଲିନା ଲେଖିଛନ୍ତି' ।

ପୁଣି ବିଜେଡି ଉପରେ ଚଡ଼କ । ଘର କଳି ଥମିବାର ନାଁ ଧରୁନି । ଗୁରୁବାର ବିଜେଡି ପକ୍ଷରୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଯାହାକୁ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି । ଆଉ ଶୁକ୍ରବାର ସକାଳୁ ସକାଳୁ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ଦଳର ନାରୀ ନେତ୍ରୀ ଏଲିନା ଦାସ ।

ସେ ପୁଣି ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, 'ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା ଥାଇ କହୁଛି ମୋ ବେଳ କାଳ ଆସୁଛି। ୫୧ ରୁ ୫୦ ହେଲେ, ତାପରେ ୪୮ ହେଲେ । ଗୋଟିଏ କ୍ରୀତଦାସ ପାଇଁ ଆଜି ଓଡ଼ିଶା ସାରା ହଜାର ହଜାର ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ ହେଉଛନ୍ତି । ଏବେ ବି ଯଦି ବିଧାୟକ ମାନେ ଏକ ନହୋଇ କ୍ରୀତଦାସତା କରିବେ ତାହେଲେ ଆଗାମୀ ଦିନରେ କାହା ବେଳ କାଳ କେତେବେଳେ ଆସିବ ତାହା କେବଳ ପ୍ରେସ୍ ରିଲିଜ୍ ଏବଂ ମିଡିଆରୁ ହିଁ ସମସ୍ତେ ଜାଣିବାକୁ ପାଇବେ ! ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା । ବେଳ ଥାଉ ଥାଉ ଏକ ହୁଅ, ଏକତା ହିଁ ବଳ, ବିଭାଜନ ହିଁ ପତନ' ବୋଲି ଏଲିନା ଲେଖିଛନ୍ତି ।

ଅନ୍ୟପଟେ ବିଜେଡିରୁ ବିତାଡ଼ିତ ଆଉ ଜଣେ ଚର୍ଚ୍ଚିତ ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ଏହି ସୁଯୋଗର ହାତ ଛଡ଼ା କରିନାହାନ୍ତି । ସେ ବାଘ, ହାତୀ, ଗାଈ ଉପାଖ୍ୟାନ ଦେଇ ବିଜେଡିକୁ ପ୍ରବଳ ଧୋଇଛନ୍ତି । ପୁଣି କାହାଣୀ ମାଧ୍ୟମରେ ବିଜେଡିକୁ ତେରଛା ବାଣ ମାରିଛନ୍ତି । ବାପାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହ ପୁଅର ମିଛକୁ ସତ କଥା କହି, ତା ହଁରେ ହଁ କୁହନ୍ତି ତେବେ ଜନେ ହସିବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସେ ଲେଖିଛନ୍ତି, ପିଲାବେଳେ ଆପଣ ସମସ୍ତେ ନିଜ ମାଆ କୋଳରେ ବସି ଅନେକ କାହାଣୀ ଶୁଣି ଖାଇବା ଖାଇଥିବେ। ପିଲାଙ୍କୁ ଖୁଆଇବା ପାଇଁ ବାପା ମାନେ ମଧ୍ୟ ଅନେକ କାଳ୍ପନିକ ଚରିତ୍ରରେ ଅଭିନୟ କରିଥାଆନ୍ତି। ଗାଁ ଦାଣ୍ଡରେ ବାପା କାନ୍ଧରେ ବସି ବୁଲୁବୁଲୁ କେତେବେଳେ କେଉଁ ଜୀବଜନ୍ତୁ ଦେଖି ସବୁ ଛୁଆ ଖୁସି ହେଇ ଯାଆନ୍ତି। କେତେବେଳେ କେମିତି ଯଦି ପିଲା କୁକୁରକୁ ଦେଖି ବାଘ କହିଦିଏ, ବାପା ତା ହଁରେ ହଁ ମିଶାନ୍ତି, କେତେବେଳେ ଯଦି ଗାଈ ଦେଖି ହାତୀ କହିଦିଏ, ତେବେ ବି ବାପା କିଛି କୁହନ୍ତିନି, କାରଣ ପିଲାଟି କାଳେ କାନ୍ଦିବ। ଚାରି ପାଞ୍ଚ ବର୍ଷ ଯାଏ ଏସବୁ ଚାଲେ, ହେଲେ ପିଲା ବଡ଼ ହେଇ ପ୍ରାପ୍ତ ବୟସରେ ପହଞ୍ଚିଲା ପରେ ମଧ୍ୟ ବାପା ଯଦି ପିଲାର ମିଛକୁ ସତ କହି, ତା ହଁ ରେ ହଁ କୁହନ୍ତି, ତେବେ ଜନେ ହସନ୍ତି।

ଗୁରୁବାର ଦୁଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ସସ୍‌ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ଏହି ଦୁଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି । ଅରବିନ୍ଦ ମହାପାତ୍ର ହେଉଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ । ଅରବିନ୍ଦ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ।

ସେପଟେ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ରଙ୍କ ପରେ ଦଳ ଉପରେ ଓ ନବୀନଙ୍କ ବିରୋଧରେ ବିଷ ଓଗାଳିଥିଲେ ସନା ମହାକୁଡ଼ । ଆଉ ତାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । କିଛି ଦିନ ତଳେ ବିନା ନବୀନଙ୍କ ଫଟୋରେ ଗେରୁଆ ବ୍ୟାନର ମାରିଥିଲେ । ଏବେ ଖୋଲା ଖୋଲି ଅସନ୍ତୋଷ ଜାହିର କଲେ । ଜିଲ୍ଲାରେ ବିଜେଡି ସଂଗଠନ ଦୁର୍ବଳ ହେଉଥିବା ଚର୍ଚ୍ଚା ଭିତରେ ନିଜ ଦଳ ଉପରେ ବର୍ଷିଥିଲେ ସନା । ବିଜେଡି ସରକାର ୨୪ ବର୍ଷରେ କେନ୍ଦୁଝରର ବିକାଶ ପାଇଁ କିଛି କରିନାହିଁ କହି ଅସନ୍ତୋଷ ଝାଡ଼ିଥିଲେ ସନା । ତେଣୁ ତାଙ୍କୁ ମଧ୍ୟ ଦଳରୁ ବହିସ୍କାର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | Elina Das warns BJD leader, says... | Argus News